ଅବସାଦ
ଅବସାଦ
ଜୀବନେ ଏତେ ଅବସାଦ ଅଛି କେବେ କାହାଠୁ ପାଇଛି
ଅବସାଦ ମନକୁ ଦେହକୁ ଭାରା କ୍ରାନ୍ତ କରୁଛି
ଅବସାଦ ପାଇଁ ଜୀବନେ ଚିନ୍ତା ଆସୁଛି
ଏଇ ଅବସାଦ ପାଇଁ ସବୁ କିଛି
ତୁଚ୍ଛ ଲାଗୁଛି
ଅବସାଦ ନେଇ ଆସେ ଦେହରେ କେତେ ରୋଗକୁ
ଅବସାଦ ନେଇ ଯାଏ କେତେ ଜୀବନକୁ
କେବେ କାହା କଥା ଅବସାଦ ଦେଇଯାଏ
କେବେ ସବୁ ନିରାଶା ଅବସାଦ ହୋଇଯାଏ
ଅବସାଦ ଅଧିକ ହେଲେ ରାତିରେ ନିଦ ଆସେନି
ପାଟିକୁ ଖାଇ ବାକୁ କିଛି ରୁଚେନି
ଅବସାଦ ସବୁ ଅଶାନ୍ତିର କାରଣ ହୋଇଯାଏ
ନିଜ ଲୋକ ବି ପର ପରି ଲାଗେ ଯାହା ପାଇଁ ଅବସାଦ ଥାଏ
ଅବସାଦ ଛଡାଇ ନିଏ ମୁଖର ହସକୁ
ଯିଏ ଅନୁଭବୀ ବୁଝି ପାରେ ଅବସାଦର ଜ୍ଵାଳାକୁ
ଜୀବନେ ଅବସାଦକୁ କରିବାକୁ ଦୂର
ଅନିତ୍ୟ ସଂସାରେ ଭଜିବା ହରି ନାମ
ଏକା ସାର ।
