STORYMIRROR

Alaka Dash

Fantasy Others

3  

Alaka Dash

Fantasy Others

ଭିନ୍ନ ଏକ ସ୍ୱର

ଭିନ୍ନ ଏକ ସ୍ୱର

1 min
236

    

ଜାଣେନା ଏ ସରଣୀ 

କେତେ ପାପ ବା ପୁଣ୍ୟର, 

ଭୁଝେନା ଏ ମନ 

ସତ୍ୟ ଅସତ୍ୟ, 

ମାପିନି କେବେ ସୁଖ ଅବା ଦୁଃଖ, 

ଇଚ୍ଛା ଅନିଚ୍ଛା ର କଙ୍କର ପଥେ 

ଖୋଜିନି କେବେ ମସୃଣତା, 

ଅଟକି ଯାଇନି ଜୀବନର ପଥେ, 

ତିକ୍ତ ଅବା ମଧୁର ସ୍ଥିତିରେ 

ଲାଭ କ୍ଷତି ର ଫେଡ଼ାଣ ମିଶାଣ 

ଫଳରେ ହୋଇନି ଅସ୍ଥିର, 

ଖରା ବରଷାକୁ ଏକାକାର କରି 

କଣ୍ଟକିତ ପଥେ ପଢି ଚାଲିଛି 

ଜୀବନ ଚାଳିଶା, 

ଖୋଜିନି କେବେ ଗୋଲାପର ଶେଯ, 

ଲହୁର ଲୁହରେ ଭିଜାଇଣ ବୁକୁ, 

ଆଶ୍ୱାସୀ ଚାଲିଛି ଦୁନିଆଁ ସାରା, 

କର୍ମ ହିଁ ଜୀବନ

ବିଶ୍ୱାସେ, ମିଳନ୍ତି ହରି, 

ଆଶା, ବୈତରଣୀ, 

ଭରସାର ସେତୁ ବାନ୍ଧିଛି ଆଣ୍ଟରେ, 

ବିଷ ରୁ ମିଳିବ ଅମୃତ, 

କଣ୍ଟକ ଡାଳେ ଫୁଟିବ ଗୋଲାପ, 

ମରୁରୁ ଝରିବ ନିର୍ଝର, 

ଏଇ ଆଶା ନେଇ 

ମେଞ୍ଚା ମେଞ୍ଚା ଅନ୍ଧାରରେ

ଖୋଜିବି ଆଲୁଅ 

ଅଦୃଶ୍ୟ ବାଡ଼ିର ସାହାରାରେ, 

ବିଶ୍ୱାସର ଶକ୍ତି ନେଇ 

ଅତିକ୍ରମ କରିଯିବି 

ଅସରନ୍ତି ଦୁର୍ଗମ ପଥ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy