Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Fantasy Romance

5.0  

ବି. ନିରୁପମା

Fantasy Romance

ଦେବ ସିଏ ରଙ୍ଗମାଖି

ଦେବ ସିଏ ରଙ୍ଗମାଖି

1 min
396



ଗୁଣୁଗୁଣୁ ହୋଇ କିସ କହୁଛୁରେ

ଭଅଁର ତୁ ଏ ଫୁଲକୁ,

ତୋହ ପ୍ରତୀକ୍ଷା ଏ କରିଛି କେବେଠୁ

ବୁଝିଛୁ କି ତା' ମୂଲକୁ !!


ଦରଫୁଟା ସିଏ ହୋଇବା ଦିନରୁ

ଚାହିଁ ରହିଛି ତୋ ବାଟ ,

ଆସିବ କେବେ ସେ ମିଳନ ମୁହୂର୍ତ୍ତ

ହେବ ତୋହ ସାଥେ ଭେଟ ।


ଦଗାଦିଆ ତୁହି ନାହିଁ ତୋତେ ଲଗା

ଏ ଫୁଲେ ସେ ଫୁଲେ ବସୁ ,

ଆପଣା ସ୍ୱାର୍ଥର କଥା ଚିନ୍ତାକରି

ମନଭରି ମହୁ ଶୋଷୁ ,


ଏ ଫୁଲକୁ କିସ କହୁଛୁ ଭୁଲେଇ

ସିଏ ତ ନିରୀହା ଭାରି ,

ବୁଝିପାରିବନି ତୋ କପଟ କିଛି

ଭୁଲାନା ଛଳନା କରି ।


ସତସତିକା ସେ ମନ ଦେଇଅଛି

କେବେଠୁ ତୋ ପାଖେ ବିକି ,

ତା' ମନକୁ ବୁଝି ଅଟକି ଯାଆ ତୁ

ଦେବ ସିଏ ରଙ୍ଗମାଖି ।।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in