STORYMIRROR

Geeta Sarangi

Fantasy Inspirational Others

3  

Geeta Sarangi

Fantasy Inspirational Others

ଜୀବନ ଗୀତା-୨୬୫

ଜୀବନ ଗୀତା-୨୬୫

1 min
515


ଜୀବନ ଆନନ୍ଦମୟ

ପ୍ରଶାନ୍ତ ପବିତ୍ର

ଜୀବନ ସୌନ୍ଦର୍ଯ୍ୟମୟ

ଅସୀମ ଅନନ୍ତ ॥୦॥

ଚେତନାର ବିକାଶରେ

ଜୀବନ ମହିମାନ୍ୱିତ

ଜ୍ଞାନବଳେ ମନହୁଏ

ଶାନ୍ତ ଆଉ ସମାହିତ

ଭବିଷ୍ୟ ଉଜ୍ଜଳମୟ

ତାହାର ସତତ ॥୧॥

ମନ ହୃଦୟ ଯାହାର

ଦିବ୍ୟ କରୁଣାରେ ଭରେ

ସ୍ୱର୍ଗସୁଖ ଲାଭକରେ

ଥାଇ ପୃଥିବୀ ପୃଷ୍ଠରେ

ହୁଅଇ ସନ୍ତୋଷମୟ

ଏ ସାରା ଜଗତ ॥୨॥


Rate this content
Log in

Similar oriya poem from Fantasy