ନିଦାଘ
ନିଦାଘ
ନିଦାଘର ଦାଉ ହେଲାଣି ଅସହ୍ୟ
ମହୀ ହୁଏ ଥରହର
ଜଳର ବିହୁନେ ଆର୍ତ୍ତ ଚିତ୍କାର
ଶୁଭେ ଜୀବ ଜଗତର ୲୲
ନଦୀ ନାଳ ଦିଶେ ଧୂସର ଧୂସର
ଜଳ କାହିଁ ମିଳେ ନାହିଁ
ମୃଗତୃଷ୍ଣା ଭ୍ରମେ ଭ୍ରମିତ ତୃଷାର୍ତ୍ତ
ଶୋଷ କି ପାରଇ ସହି ୲୲
ବହେ ଦକ୍ଷିଣରୁ ନିଦାଘର ଝାଞ୍ଜି
ବଞ୍ଚିବା ଅଥୟ କରେ
ବାହାରକୁ ଯିବା ବିପଦ ଜନକ
ଡହଡହ ଖରାବେଳେ ୲୲
ବାହାରକୁ ଯିବା ବାଧ୍ୟ ଯଦି ହୁଏ
ଟିକେ ସଚେତନ ହେବା
ପାଦେ ଥିବ ଜୋତା ମଥା ପରେ ଛତା
ପାଣି ବି ସାଥିରେ ନେବା ୲୲
ନିଦାଘ କାଳରେ ବେଶୀ ସାଂଘାତିକ
କାଳବୈଶାଖୀର ଝଡ
ଆସେ କେଉଁ ଆଡୁ ବୁଝି ତ ହୁଏନା
ଭାଙ୍ଗି ଦିଏ ସୁଖ ନୀଡ ୲୲
