STORYMIRROR

Sanjukta Rout

Others

3  

Sanjukta Rout

Others

ତୁମେ ଶ୍ରେଷ୍ଠ ବଇଭବ

ତୁମେ ଶ୍ରେଷ୍ଠ ବଇଭବ

1 min
324


ତୁମେ ମୋର ଇଷ୍ଟ ଆହେ ଜଗଦୀଶ 

    ତୁମେ ହିଁ ତ ଗତି ମୁକ୍ତି 

ତୁମ ବିନା ଏହି  ଜୀବନରେ ମୋର 

   ମିଳେ ନାହିଁ କାହିଁ ଶାନ୍ତି  ୲୲ 


ତୁମରି ନାଆଁରେ   ସକାଳ ଆରମ୍ଭ 

    ତୁମ ନାମେ ଦିନ ସରେ 

ତଥାପି କାହିଁକି   କାଳିଆ ସାଆନ୍ତ 

    ତୁମକୁ ମୋ ଆତ୍ମା ଝୁରେ  ୲୲ 


ମାଗିନାହିଁ କେବେ କିଛି ହେଲେ ଦିନେ

     ଲୋଡ଼ା ନାହିଁ ଧନ ମାନ 

ତୁମରି କରୁଣା    ସାଗରୁ ରେଣୁଟେ 

    ଲୋଡେ ଏହି କ୍ଷୁଦ୍ର ମନ  ୲୲ 


ତୁମେ ଲୀଳାମୟ ଲୀଳା ଯେ ଅପାର

     ସବୁ ଦେଇଛ ଜୀବନେ 

ଅନ୍ତର୍ଯ୍ୟାମୀ ପ୍ରଭୁ  ମୋ' ଅନ୍ତର କଥା 

     ବୁଝିପାରି ଅନୁକ୍ଷଣେ  ୲୲ 


ଅନିତ୍ୟ ସଂସାରେ ତୁମେ ଏକା ସତ୍ୟ 

     ଏହି ମୋର ଅନୁଭବ

ତେଣୁ ମୁଁ ବିଚାରେ ନିଃସ୍ଵ ଏ ଜୀବନେ 

     ତୁମେ ଶ୍ରେଷ୍ଠ ବଇଭବ  ୲୲ 


ମୁଁ ନୁହେଁ ମୋହର  ସର୍ବାଙ୍ଗେ ତୁମର 

      ସମର୍ପିତ ଆତ୍ମାଟିଏ 

ସମଗ୍ର ଚେତନା    ତୁମ ଅନୁକମ୍ପା    

      ଜନ୍ମେ ଜନ୍ମେ ପାଉଥାଏ  ୲୲



Rate this content
Log in