STORYMIRROR

Sanjukta Rout

Abstract

3  

Sanjukta Rout

Abstract

ଫଗୁଣ

ଫଗୁଣ

1 min
262

ଫଗୁଣକୁ ନେଇ ବସନ୍ତ ଆସିଲେ

    ଆନମନା ମନ ପକ୍ଷୀ 

ମନ ଉପବନେ  ସ୍ମୃତି ପ୍ରଜାପତି 

  ଡେଣା ଝାଡ଼ି ମାରେ ଆଖି 


ଯୌବନ ଜୁଆର ପ୍ରୀତିର ସମ୍ଭାରେ 

   ପ୍ରତି ଅଙ୍ଗେ ଅଙ୍ଗେ ଖେଳେ 

ବୟସ ଭୁଲାଇ   ମନ ଚହଲାଇ 

   ମଦ୍ ହୋସେ ପୀରତି ଭରେ 


ଭାବ ବନ୍ଧନକୁ   ସ୍ଵପ୍ନରେ ସଜାଇ 

    ପ୍ରେମର ଉଆସ ତୋଳେ 

ଆତ୍ମୀୟତା ସ୍ପର୍ଶେ ସେଇ ଉଆସରେ  

    ସ୍ଵର୍ଗ ଅଇଶ୍ଵର୍ଯ୍ୟ ଭରେ


ଅତୀତ ଗର୍ଭରେ ସୁପ୍ତ ଥାଏ ଯେଉଁ 

     ଅଲିଭା ପ୍ରୀତି ମୁହୂର୍ତ୍ତ 

ନିଝୁମ ରାତ୍ରିର  ନିଃଶବ୍ଦ ପ୍ରହରେ 

    ମନେ ହୁଏ ଉଦ୍ଭାସିତ


କିଛି ସ୍ମୃତି ପୁଣି  ଚିରଞ୍ଜିବୀ ପ୍ରାୟ 

    ହୃଦୟରେ ବଞ୍ଚି ରହେ 

ଯନ୍ତ୍ରଣା ଜର୍ଜର  ହୃଦୟ ଗାତ୍ରରେ 

    ପ୍ରୀତିର ପ୍ରଲେପ ଦିଏ 


ଫଗୁଣର ଫଗୁ   ଦରଦୀ ମନରେ 

     ଇନ୍ଦ୍ରଧନୁ ରଙ୍ଗ ଭରେ 

ପ୍ରୀତି ପଥେ ଯେତେ ବାଧାର ଅର୍ଗଳ 

     ଚୂର୍ଣ୍ଣୀଭୂତ ସବୁ କରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract