Sanjukta Rout
Literary Colonel
43
Posts
99
Followers
0
Following
ପରିଚୟ :-ଶ୍ରୀମତୀ ସଂଯୁକ୍ତା ରାଉତ , ସ୍ଵାମୀ - ସୂର୍ଯ୍ୟମଣି ମାଝୀ , ପିତା -କାର୍ତ୍ତିକେଶ୍ଵର ରାଉତ , ମାତା - ମିନାରାଣୀ ରାଉତ , ଜନ୍ମସ୍ଥାନ - ବଘାଳ , କେନ୍ଦ୍ରାପଡା , ଓଡ଼ିଶା ୲ ମାର୍ଶାଘାଇ ମହାବିଦ୍ୟାଳୟରୁ ଗଣିତ ସମ୍ମାନରେ ସ୍ନାତକ ଶିକ୍ଷା ଶେଷ ପରେ ପ୍ରାରମ୍ଭିକ ଶିକ୍ଷା ପ୍ରଶିକ୍ଷଣ ଓଡ଼ିଶା ସରକାରଙ୍କ ଅଧୀନରେ ଶେଷ କରିଛନ୍ତି , ଏହା ସହ କମ୍ପୁଟର... Read more
ପରିଚୟ :-ଶ୍ରୀମତୀ ସଂଯୁକ୍ତା ରାଉତ , ସ୍ଵାମୀ - ସୂର୍ଯ୍ୟମଣି ମାଝୀ , ପିତା -କାର୍ତ୍ତିକେଶ୍ଵର ରାଉତ , ମାତା - ମିନାରାଣୀ ରାଉତ , ଜନ୍ମସ୍ଥାନ - ବଘାଳ , କେନ୍ଦ୍ରାପଡା , ଓଡ଼ିଶା ୲ ମାର୍ଶାଘାଇ ମହାବିଦ୍ୟାଳୟରୁ ଗଣିତ ସମ୍ମାନରେ ସ୍ନାତକ ଶିକ୍ଷା ଶେଷ ପରେ ପ୍ରାରମ୍ଭିକ ଶିକ୍ଷା ପ୍ରଶିକ୍ଷଣ ଓଡ଼ିଶା ସରକାରଙ୍କ ଅଧୀନରେ ଶେଷ କରିଛନ୍ତି , ଏହା ସହ କମ୍ପୁଟର ଶିକ୍ଷା ମଧ୍ୟ କରିଛନ୍ତି ୲ ଶ୍ରୀମତୀ ରାଉତ ବୃତ୍ତିଗତ ଜୀବନରେ ଜଣେ ଗଣିତ ଶିକ୍ଷୟିତ୍ରୀ ଭାବେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ , ଗଣଶିକ୍ଷା ବିଭାଗରେ ଅବସ୍ଥାପିତ ୲ ଶିକ୍ଷକତା କ୍ଷେତ୍ରରେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନା କରିବା ସହ ସେ ସର୍ବଦା ଓଡ଼ିଆ ସାହିତ୍ୟ ପ୍ରତି ନିଜର ଅହେତୁକ ଅଭିରୁଚି ମଧ୍ୟ ରଖିଛନ୍ତି ୲ ସାରସ୍ଵତ ସାଧନା କ୍ଷେତ୍ରରେ ସେ ଛାତ୍ରାବସ୍ଥାରୁ ସଂଶ୍ଳିଷ୍ଟ ଅଛନ୍ତି ୲ ଶ୍ରୀମତୀ ରାଉତ କ୍ଷୁଦ୍ରଗଳ୍ପ ,ଅଣୁ ଗଳ୍ପ , କବିତା ଓ ପ୍ରବନ୍ଧ ଆଦି ଲେଖିବାରେ ସିଦ୍ଧହସ୍ତା ୲ ଅଦ୍ୟାବଧି ତାଙ୍କର ଅନେକ ଗଦ୍ୟ କବିତା , ଗୀତି ଛନ୍ଦ କବିତା ଓ କ୍ଷୁଦ୍ରଗଳ୍ପ ଓଡ଼ିଶାର ବିଭିନ୍ନ ପତ୍ର ପତ୍ରିକାର ପୃଷ୍ଠା ମଣ୍ଡନ କରିବା ସହ ବିଭିନ୍ନ ସାରସ୍ଵତ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛନ୍ତି ୲ ଶ୍ରୀମତୀ ରାଉତ ଅନେକ ସାହିତ୍ୟ ଅନୁଷ୍ଠାନ ସହ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ରହି ଓଡ଼ିଆ ସାହିତ୍ୟର ସମୃଦ୍ଧି ଦିଗରେ ନିଜର ଲେଖନୀ ଉଜ୍ଜୀବିତ କରିବା ସହ ସାହିତ୍ୟ କ୍ଷେତ୍ରରେ ନିଜର ଆଗ୍ରହକୁ ବେଶ୍ ପ୍ରମାଣିତ କରି ଆସୁଛନ୍ତି ୲ Read less
Share with friends