STORYMIRROR

Sanjukta Rout

Romance

2  

Sanjukta Rout

Romance

ପ୍ରେମ

ପ୍ରେମ

1 min
185


ପ୍ରେମ ଅଟେ ସତ୍ୟ ଶାଶ୍ଵତ ସୁନ୍ଦର

ଚିରନ୍ତନ ବଇଭବ

ଆସକ୍ତି ରହିତ ଦିବ୍ୟତାରେ ଭରା

ନୈସର୍ଗିକ ଅନୁଭବ


ହୀନ ସ୍ଵାର୍ଥ ଭାବ ଛୁଏଁ ନାହିଁ ତା'ରେ

ବନ୍ଧା ନୁହେଁ ଅହଂକାରେ

ସୀମାହୀନ ବ୍ୟାପ୍ତି ପରିବ୍ଯାପ୍ତି ତା'ର

ଅନିତ୍ୟ ଏହି ସଂସାରେ


ଅଗ୍ରସର କରେ ସଦା ଲକ୍ଷ ପଥେ

ଦେଇ ମାଧୁର୍ଯ୍ୟର ସ୍ପର୍ଶ

ହୃଦୟକୁ ବାନ୍ଧେ ହୃଦୟ ସାଥିରେ

ଢ଼ାଳି ତା' ଦିବ୍ୟ ଆଶ୍ଳେଷ


ହେଉ ମାନବୀୟ ଅବା ଐଶ୍ଵରୀୟ

ପ୍ରେମ ସଦା ମଧୁମୟ

ନିଃସର୍ତ୍ତରେ ଆତ୍ମା ସମର୍ପି ପାରିଲେ

ଜୀବନଟା ପ୍ରେମମୟ


ପାଖେ ପାଖେ ସଦା ଅଛି ସେ ଆମର

ଆବେଗର ଅନ୍ତରାଳେ

ଅଣନିଶ୍ଵାସୀ ସେ ହୋଇଯାଏ ଆଜି

କ୍ରୁରତା ଖୋଳପା ତଳେ


କାମନା ବାସନା ଇନ୍ଦ୍ରିୟ ସୁଖର

ବହୁ ଉର୍ଦ୍ଧେ ପ୍ରେମ ସଂଜ୍ଞା

ଦିବ୍ୟ ଭାବ ନେଇ ବୁଝିଛେ କି କେବେ

ହୋଇଛେ କି ତା'ର ଯୋଗ୍ୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance