STORYMIRROR

Sanjukta Rout

Others

4  

Sanjukta Rout

Others

ମାଆ ଗୋ ଶକ୍ତି ସ୍ଵରୂପିଣୀ

ମାଆ ଗୋ ଶକ୍ତି ସ୍ଵରୂପିଣୀ

1 min
270


ହେ ମାତ ରୁଦ୍ରାଣୀ ଦୈତ୍ୟ ସଂହାରିଣୀ 

    କାତ୍ୟାୟନୀ ଭଦ୍ର କାଳୀ 

ଅଭୟ ଦାୟିନୀ    ମଙ୍ଗଳ କାରିଣୀ 

    ଦେବୀ ଦଶଭୁଜ ଧାରୀ  ୲୲ 


କଲ୍ୟାଣ କାରିଣୀ ହେ ବିଶ୍ଵ ମୋହିନୀ 

     ମା'ଗୋ ଶକ୍ତି ସ୍ଵରୂପିଣୀ  

ପୂଜା ଅର୍ଘ୍ୟ ଆମ   ଚରଣରେ ତୁମ 

    ଘେନା କର ହେ ଜନନୀ  ୲୲ 


ମହିଷା ମର୍ଦ୍ଦିନୀ  ହେ ସିଂହ ବାହିନୀ      

     ଆଗୋ ମାତ ଶିବେଶ୍ଵରୀ 

ପାପ ଭାରେ ମହୀ ଡାକେ ତ୍ରାହି ତ୍ରାହି 

     ଆସ ମା'ଗୋ ଅବତରି  ୲୲ 


ଗୋଟିଏ ମହିଷା  ରଚିଥିଲା ହିଂସା 

      ତ୍ରିଭୁବନ ପ୍ରକମ୍ପିତ 

ଅଯୋନି ସମ୍ଭୁତା ହେଲ ଆବିର୍ଭୂତା 

     ଉଦ୍ଧାରିଲ ଏ ଜଗତ ୲୲ 

   

ଦେଖିଯାଅ ବାରେ ଆଜି ଏ ଧରାରେ 

     କୋଟିଏ ମହିଷାସୁର 

 କ୍ଷଣ ପ୍ରତି କ୍ଷଣ   ଭୀତ ପାଏ ପ୍ରାଣ 

     ଛୁଟୁଛି ରକ୍ତର ଧାର  ୲୲ 


ନାହିଁ କାହିଁ ଶାନ୍ତି   ସବୁଠି ଅଶାନ୍ତି 

      ଅବରୁଦ୍ଧ ପୁଣ୍ୟ ଦ୍ଵାର  

ଘୋଟିଛି ଦୁର୍ଦ୍ଦିନ  ନାରୀ ହୀନିମାନ

     ବଢୁଛି ପାପର ଭାର  ୲୲ 


ଏ ଧରାର ତ୍ରାସ   କର ହେ ଉଶ୍ଵାସ 

    ମାଗୋ ଜଗତ ଜନନୀ 

ଉଗ୍ର ରୂପ ଧରି     ଆସ ଅବତରି 

    ଦୁର୍ଗେ ଦୁର୍ଗତି ନାଶିନୀ  ୲୲


ଛାଡ଼ି ମା'ଗୋ ରୋଷ ଆଶିଷ ବରଷ 

     ସ୍ଵର୍ଗ ହେଉ ଏହି ମହୀ 

ପ୍ରତିଟି ପ୍ରାଣର    ହେଉ ରୂପାନ୍ତର 

      ତୁମରି କରୁଣା ପାଇ  ୲୲ 


      


Rate this content
Log in