STORYMIRROR

Geeta Sarangi

Fantasy Inspirational Others

3  

Geeta Sarangi

Fantasy Inspirational Others

ଜୀବନ ଗୀତା-୨୮୪

ଜୀବନ ଗୀତା-୨୮୪

1 min
632


ଏ ଜୀବନ ନୁହେଁ ବାର ବିଳାସର

କଏଦୀଖାନା

ଜୀବନ ତ ଅଟେ ଲକ୍ଷ୍ୟ ସଂଧାନର

ଯେତେ ସାଧନା ॥୦॥

ଲକ୍ଷ୍ୟର ସଂଧାନେ ଚାଲିଥାଏ ଯିଏ

ବିଳାସ ତା' ପାଇଁ କି ମୂଲ୍ୟହୀନ

ବିଳାସ ବ୍ୟସନେ ବିତାଏ ଯେ କାଳ

ମହଙ୍ଗା ତାପାଇଁ ହୁଏ ଜୀବନ

ନିଜହାତେ ସିଏ ଖୋଳିଥାଏ ନିଜ

କବରଖାନା ॥୧॥

ଧନ ସଂପତ୍ତିର ପ୍ରାଚୂର୍ଯ୍ୟ ଭିତରେ

ସୁଖ ସରାଗ ସେ ହଜାଇ ଦିଏ

ହାଟରେ ହଜାଇ ବାଟରେ ଖୋଜିଲେ

ପାଇବ କେମିତି ତାକୁବା ସିଏ

ଦୁନିଆ ଆଗରେ ସୁଖେ ଅଛି ବୋଲି

କରେ ବାହାନା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy