ଅସ୍ତବ୍ୟସ୍ତ ଜୀବନ
ଅସ୍ତବ୍ୟସ୍ତ ଜୀବନ
କୋମଳ ମୋତି ଶିଶୁଟିର
କଅଁଳା ଡାକରେ,
ସାରା ଦୁନିଆ ଖିଲିଖିଲି ହସୁଥିଲା ।
ଗାଁ ଠାରୁ ସହରଯାଏଁ,
ଚାରିଆଡେ ନୂତନ ଦିଗନ୍ତର ସ୍ୱର
କମ୍ପିତ ହେଉଥିଲା ।।୧।।
ପ୍ରକୃତି ସଜ୍ଜିତ ବେସାହାରା
ନିୟମମାନ ଚଳଚଞ୍ଚଳ ହୋଇ,
ହାତ କୋଳେଇ ନେଉଥିଲା ।
ଆଉ କିଛି ଅଜବ ଆକର୍ଷଣ ମଧ୍ୟ
ଦେଖୁଥିବା ନିରୀହ ଆଖିରେ
କେତେ କଥା କହୁଥିଲା ।।୨।।
ପ୍ରଗତିପଥେ ଏ ଯୁଗ ଓ
ଏ ମାନବ ମନୁଷ୍ୟ
ତାର' ପ୍ରତିଟି କର୍ମତାକୁ
ଆଦରି ନେଉଥିଲା ।
ଆଉ, ସଂଘର୍ଷ ଭିତରେ
ଅସ୍ତବ୍ୟସ୍ତ ଜୀବନ ସବୁ
ରାସ୍ତାକୁ ବୋହି ଚାଲୁଥିଲା ।।୩।।
ଅଧ୍ୟାପକ ଶାନ୍ତନୁ କୁମାର ମେହେର
ଆଠମଲ୍ଲିକ, ଅନୁଗୋଳ
