STORYMIRROR

Jumarnath Patra

Fantasy Others Romance

3.6  

Jumarnath Patra

Fantasy Others Romance

କବିତା ସବିତା

କବିତା ସବିତା

1 min
992


କବିତା' ଟିକେ ରୁହ

ତମକୁ କମା(,) ରେ ରଖୁଛି

ସବିତା ହାଜର ସାମ୍ନାରେ

ତା' ହଳଦୀ ଗୁଣ୍ଡ ତେଲ.. ଇତ୍ୟାଦିର

ଫରମାଇସ୍ ଶୁଣି ପୂରଣ କରିଦିଏ

ତା' ଆପତ୍ତି ଅଭିଯୋଗର

ଫଇସଲା କରିସାରେ

ରାଗିବନି

ଆସିବି ତମ ପାଖକୁ

ତମେ ବୁଝିବ ...ହେଲେ ସେ..!

କ'ଣ କରିବି

ଦୁଇ ନାଆରେ ତ ଗୋଡ ଦେଇଛି

ସେ ବୁଝିଗଲେ

ତମେ ସୁନ୍ଦର ଦିଶିବ

ତମେ କୁହ କବିତା ..କିଏ ଆଗ

ଏଇମିତି କମା(,)ରେ ଥାଅ

ଏଇ ଗଲି ଏଇ ଆସିଲି

ଅଭିମାନୀନି ଟେ ସେ

ଭାଙ୍ଗି ସାରେ ତା' ଅଭିମାନ

ତମେ ତ ଅଭିମାନ କରିପାରିବନି ମୁଁ ଜାଣେ ।

ଓହୋ ..

ଏବେ ତ ଫ୍ରି ହେଲି

ଆଉ ତମଠୁ କମା (,) , ଉଠେଇଲି

ଆସ ଉତୁରି ଆସ କଲମ ମୁନରୁ

କାଗଜକୁ ସଜେଇ ହେଇ ନହେଲେ

ପୁଙ୍ଗୁଳା ହେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy