STORYMIRROR

Jumarnath Patra

Abstract

2  

Jumarnath Patra

Abstract

ପାପ...!

ପାପ...!

1 min
2.9K

ଠଣାରେ ଡିବିରି ଟା ଦପଦପ୍ ଜଳୁଥାଏ 

ଟିବି ରେ ଖୁଉଁ ଖୁଉଁ କାଶୁଥାଏ ସତିଆ ଟା 

ସେପଟ ଘର ଭିତରେ ଅନବରତ 

ରାତି ବଢ଼ିଛି 

ବଢ଼ିଛି ଭୋକ 

ଦେହର 

ମନର 

ପେଟର ଆଉ 

ସତିଆକୁ ବଞ୍ଚେଇ ରଖିବାର

ଶୁନ ଶାନ୍ ..ଖାଲି ଯାହା 

ଆର ପାଖ ଘରୁ 

ପବନରେ ମିଳେଇ ଯାଉଥିବା 

ସଁ ସଁ ଶବ୍ଦ କିଛି

ଯାହା ସତିଆକୁ ଅଜଣା 

ଛାଇଟିଏ ଗୁରୁବାରୀ ଦୁଆର ଡେଇଁ 

ତାଟି ଖୋଲି ମିଳେଇ ଯାଉଛି 

କିଟିକିଟି ଅନ୍ଧାରରେ 

ବୁଝିନି କି ବୁଝାଇବାକୁ ଚାହେଁନି ସେ

ଏହା ପାପ ନା ଭୋକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract