STORYMIRROR

Jumarnath Patra

Romance

3  

Jumarnath Patra

Romance

ଆସ ନା ଟିକେ ରୋମାଣ୍ଟିକ ହେବା

ଆସ ନା ଟିକେ ରୋମାଣ୍ଟିକ ହେବା

1 min
291

ଆସ ନା ଟିକେ ରୋମାଣ୍ଟିକ ହେବା

କୋଉଠି କ'ଣ ମ

ବେଳାଭୂମିର ଝାଉଁ ବୁଦା କି

କୁଲଢିଆ ଜଙ୍ଗଲ ର ଅନ୍ଧାରିଆ ଜାଗା କି

ନଇ କୁଳ ବରଗଛ ମୁଳ କି

ଝିପିଝିପି ବର୍ଷା ସନ୍ଧ୍ୟା କି

ଫାଷ୍ଟ ସୋ ସିନେମା ହଲ କି

ତମ ଗାଁ ଆମ୍ବ ତୋଟା ରେ ।

ଏସବୁ କୋଉଠି ବି ନୁହେଁ

ଷ୍ଟେସନ ପ୍ଲାଟଫର୍ମ ...!

ନା ବହୁତ ମହଙ୍ଗା

ଏସି ବସ ରେ ସମସ୍ତେ ଚାହିଁବେ

ମାଇ ସଂଜ କଥା ନ କହିଲେ ଭଲ

ବହୁତ ଭିଡ ,

 ତେବେ ଆସ ନା ମଲକୁ

ବଢିଆ ହେବ

ତମେ ଆସ ସ୍କୁଟିରେ ଆଉ

ମୁଁ ବାଇକ ରେ ରବିବାର ଦେଖି

ଏକଦମ ଦ୍ବିପ୍ରହରେ ।

ତମେ କିଣିବ ତମ ଝିଅ ବେବି ସାମାନ ଆଉ

ମୁଁ ମୋ ପୁଅ ର ଡ୍ରେସ୍

ତମେ ଧରିଥିବ ମୋ କାଣୀ ଆଙ୍ଗୁଠି କୁ

ସମିତେ ଭାବିବେ ନିରୋଳା କପଲ୍

କିଣା କମ୍ ଗପ ବେସି

ନହେଲେ କିଛି ସମୟ ଏସି ରେ କାଟି

ତଳେ ଗୁପଚୁପ ,ଆଇସ୍କ୍ରିମ୍ ଆଉ

ବହେ ହେଁ ହେଁ ଫେ ଫେ

ବାସ୍ ଲେଉଟିବା

ଆସିବ ତ ଠିକ୍ ଦ୍ବିପ୍ରହରେ !

ଆସ ନା ଟିକେ ରୋମାଣ୍ଟିକ ହେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance