STORYMIRROR

Jumarnath Patra

Abstract

2  

Jumarnath Patra

Abstract

ଠିକଣା ପ୍ରିତୀପଦ୍ମା ର

ଠିକଣା ପ୍ରିତୀପଦ୍ମା ର

1 min
2.8K

ବହୁତ ଖୋଜିଛି ତା'କୁ 

ହଜେଇଛି ତା' ଠିକଣା କେବେଠୁ 

ହଜିଛି କେବେଠୁ ମୋ ହାତ ପାହାନ୍ତରୁ 

ଖୋଜେ ମନେ ମନେ 

ଆଜି ବାହାରିଛି ନିଜେ ଖୋଜିବାକୁ 

ଏଇ ପାଏ ଜୀବନରେ 

ଖୋଜୁଥିବ ବାରମ୍ବାର ସେ ମୋତେ 

କେଜାଣି ଭୁଲି ବି ଯିବଣି

ଏଇ ତ ତା' ଗାଁ ପାଖେଇ ଆସିଲାଣି 

ମନେ ପଡ଼ୁଛି ହେ ସେଇ 

ହାଇ ସ୍କୁଲ୍ ପଛ ପଟ ଖପର ଘର 

ଥରେ ଏକ ରକମ ବାଧ୍ଯ କରି ଡାକିଥିଲା 

ସରସ୍ବତୀ ପୂଜାକୁ ତା' ଘରକୁ 

ତିରିଶି ବରଷ ତଳେ

ଶୋର ଶବ୍ଦ କିଛି ନାହିଁ 

ହାତ ମାରୁ ମାରୁ କବାଟ ଖୋଲା 

ପଲେ ଚିମିଣିଆ ଫର୍ କି ଉଡ଼ିଗଲେ 

ଭୌତିକ ପରିବେଶ

ଏଠି କ'ଣ ସେ ରହୁଥିବ ନା 

ଆଉ କୁଆଡ଼େ

ପିନ୍ଧା ଲୁଗାଟିଏ ବି ଦିଶୁନି 

ଚାଲିଲି କାହାକୁ କିଛି ନ କହି 

କାହାକୁ କିଛି ନ ପଚାରି ...ତାଙ୍କ ଗାଆଁ ନଈ ଆଡ଼େ

ଶେଷ ମୁଣ୍ଡରେ ଥୋକେ ଲୋକ ରୁଣ୍ଡ 

ଟିଣ ଘର ଭିତରୁ ଭିଡ଼ି ଆଣୁଛନ୍ତି 

ଶାଢ଼ୀ ଗୁଡ଼େଇ ଥିବା ମାଦଳଟିକୁ 

ଧ୍ୟାନ ଫେରେଇ ଆଣୁଥାଏ 

ନଜର ପଡ଼ିଗଲା ଯୋଉ ଚେହେରାରେ 

ହତବମ୍ବ ହେଲି ...ଇଏ କ'ଣ ସେଇ 

ନା ନା ଏ କେମିତି ହେବ 

ପ୍ରିତୀପଦ୍ମା କେବେ 

ତା' ପାର୍ଥକୂ ଛାଡ଼ି ଯାଇ ପାରିବନି 

ସେ ତ ଥିଲା ସମ୍ପୁର୍ଣ୍ଣ ଆଉ 

ଇଏ ତ ମାଦଳ ଟେ

ପବନରେ ଭାସି ଆସୁଥାଏ 

ପ୍ରିତୀପଦ୍ମା ର ସ୍ବର ରହି ରହି 

ଯେମିତି କହୁଥାଏ 

'ଡେରି କରିଦେଲ ପାର୍ଥ ଆସିବାକୁ 

ପଙ୍ଗୁ ଟେ ହେଇ ସାରା ଜୀବନ ଚାହିଁଲି 

ତମେ ତ ଆସିଲନି .'


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract