STORYMIRROR

Jumarnath Patra

Others

3  

Jumarnath Patra

Others

ଭୋକର ଦାଉ

ଭୋକର ଦାଉ

1 min
174


ଚିରୁଣିରେ ଉକୁଣି କଢ଼ା ଚାଲିଥାଏ 

ମା' ଝିଅ ଙ୍କର 

ବେଳ ଉଛୁରୁ 

ଡାଲି ଉତୁରି ତେଣେ ଚୁଲିରେ 

ବିଲରୁ ଫେରି ଗାଁ ନଳାରେ ଗାଧୋଇ 

ଭଗିଆ ଭାଇ ହାଜର ଦୁଆରେ 

ଦି' ମୁଠା ପେଟରେ କ'ଣ ପକେଇ 

ଦାଣ୍ଡ ପିଣ୍ଡାରେ ଗଡ଼ି ପଡ଼ିବ 

ମସିଣା ପକେଇ ...

ପେଟରେ ମଣିଷ ଖିଆ ଭୋକରେ 

ଆଉଟୁ ପାଉଟୁ ଭଗିଆ ଭାଇ 

ଚିହିଁକି ଉଠିଛି ଆଉ 

ବହେ ଶୋଧି ଭାରିଯାକୁ 

ଚୁଲି ହାଣ୍ଡି ପଦାରେ କଚାଡ଼ି 

ବାହାରି ଯାଇଛି ଭାଇ 

ଯାଇ ସାହି ମନ୍ଦିର ପିଣ୍ଡାରେ 

ସନିଆଇ ମକରାଇ ଦିନାଇ ସହ 

ମଜ୍ଜି ଯାଇଛି ତାସ ପାଲିରେ 

ଭୋକକୁ ଆହୁତି ଦେଇ କେତେ ବେଳୁ...।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍