STORYMIRROR

Jumarnath Patra

Abstract

2  

Jumarnath Patra

Abstract

ଗୁଡ ମର୍ଣ୍ଣିଂ ...

ଗୁଡ ମର୍ଣ୍ଣିଂ ...

1 min
484


ଗୁଡ୍ ମର୍ଣ୍ଣିଂ ମେସେଜ ସବୁ ପଢି ଦିଏ

ଲେଖା ହେବ ତା'ପରେ

ଥଇଅ ଧର ଟିକେ

କଲମ କାଗଜ କୁ ଚୁମିବା ବେଳକୁ

ମୋବାଇଲ ଟା ଟୁଙ୍ଗ୍ କରେ

ମେସେଜ ପଢିବି କି କବିତା ଲେଖିବି

ଉଠେ ଦ୍ବନ୍ଦ ମୋ ମନରେ

ସକାଳ ଟା ଏଇମିତି

ବାସି କାମ ଯେତେ ଥାଉ ପଛେ

ଆଗ ମୋବାଇଲ ଘଣ୍ଟା ଚାଲେ

ଶୁଭେଚ୍ଛା ବାର୍ତ୍ତା ପଢୁ ପଢୁ

ବାଥରୁମ ଡାକରା ଦିଏ

ତେବେ କେମିତି ଲେଖା ହେବ ଯେ

ବୁଝେଇ କଲମ ଆଉ କାଗଜକୁ

ଅଗତ୍ଯା ଉଠି ପଡେ

କବିତା ଗୋ ଥଇଅ ଧର ଟିକେ

ବାସି କାମ ସାରି

ବଜାର ଘାଟ ସାରି

ଫେରିବି ତମ କତିରେ

ଗାରେଇବି ଏଣୁତେଣୁ

ଯାହା ରୂପ ନେବ କବିତା ରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract