STORYMIRROR

Jumarnath Patra

Abstract

2  

Jumarnath Patra

Abstract

ସାହିତ୍ୟ

ସାହିତ୍ୟ

1 min
116

ସାହିତ୍ୟ ହାଟରେ ଆଜି ଭାରି ଗୋଳ 

ରାମୁଲୁ ବୋଉ ଦେଲୁ ଝଅଟ 

ଝୁଲାଟା ଦେଲୁ 

ସଅଳ ଯାଏ ସେ ହାଟକୁ 

ଆଁ ଟା କରି ଅନେଇଛୁ କ'ଣ ବା 

ଦେ ଦେ ଝୁଲା ...ମୁଁ ଦେଖେ 

କାଳେ ଶସ୍ତାରେ ମିଳିଯିବ 

ସାହିତ୍ୟରୁ ପୁଳେ 

ଆମେ ବି ଏବେ 

ସାହିତ୍ୟ ଖାଇବା 

ସାହିତ୍ୟ ପିଇବା 

ସାହିତ୍ୟ ରେ ଶୋଇ 

ସାହିତ୍ୟ ସପନ ଦେଖିବା 

ଦିନ କେଇଟା ଏଇମିତି ଗୋଳ ଥିଲେ 

ଆମର ଫାଇଦା 

ସହଜରେ ଆମେ ସାହିତ୍ୟିକ ବନିଯିବା ଯେ 

ଆମ ତାଟି ଫାଟକରେ 

ରାମୁଲୁ ସିଲଟରେ 

ଲେଖି ଝୁଲେଇ ଦେବା କ'ଣ ଜାଣିଛୁ 

'ସାହିତ୍ୟିକ ଅମୁକ ସାଙ୍ଗିଆ ଅମୁକ'

ଆଉ ଏ ଦିନ ରହିବନି ଲୋ 

ଆମେ ବି ପାଞ୍ଚ ରେ ଗଣା ହେବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract