ସାହିତ୍ୟ
ସାହିତ୍ୟ
ସାହିତ୍ୟ ହାଟରେ ଆଜି ଭାରି ଗୋଳ
ରାମୁଲୁ ବୋଉ ଦେଲୁ ଝଅଟ
ଝୁଲାଟା ଦେଲୁ
ସଅଳ ଯାଏ ସେ ହାଟକୁ
ଆଁ ଟା କରି ଅନେଇଛୁ କ'ଣ ବା
ଦେ ଦେ ଝୁଲା ...ମୁଁ ଦେଖେ
କାଳେ ଶସ୍ତାରେ ମିଳିଯିବ
ସାହିତ୍ୟରୁ ପୁଳେ
ଆମେ ବି ଏବେ
ସାହିତ୍ୟ ଖାଇବା
ସାହିତ୍ୟ ପିଇବା
ସାହିତ୍ୟ ରେ ଶୋଇ
ସାହିତ୍ୟ ସପନ ଦେଖିବା
ଦିନ କେଇଟା ଏଇମିତି ଗୋଳ ଥିଲେ
ଆମର ଫାଇଦା
ସହଜରେ ଆମେ ସାହିତ୍ୟିକ ବନିଯିବା ଯେ
ଆମ ତାଟି ଫାଟକରେ
ରାମୁଲୁ ସିଲଟରେ
ଲେଖି ଝୁଲେଇ ଦେବା କ'ଣ ଜାଣିଛୁ
'ସାହିତ୍ୟିକ ଅମୁକ ସାଙ୍ଗିଆ ଅମୁକ'
ଆଉ ଏ ଦିନ ରହିବନି ଲୋ
ଆମେ ବି ପାଞ୍ଚ ରେ ଗଣା ହେବା
