STORYMIRROR

Jumarnath Patra

Classics

3  

Jumarnath Patra

Classics

ପାନ୍ଥଶାଳା

ପାନ୍ଥଶାଳା

1 min
259

କାହିଁକି ତମକୁ ନେଇ ଏତେ ଚର୍ଚ୍ଚା

କାହିଁକି ଏତେ ଆବେଗ ତମ ପ୍ରତି କବିଙ୍କର

କ'ଣ ଅଛି ତମ ଠି

କାନ୍ଥ ଖୁଣ୍ଟ ତମର ବିଦୀର୍ଣ୍ଣ

ଆଜି ତ ତମେ ବିବର୍ଣ୍ଣ

ତମେ ଚମକୁଥିବ କେବେ

ଆଜି ନାହିଁ ତ ପୁର୍ବ ଚମକ

ତେବେ ଏତେ ହୋହାଲ୍ଲା ଯେ ତମକୁ ନେଇ

ଅଛି କି ତମ ବକ୍ଷରେ ଗୁପ୍ତ ସିନ୍ଦୁକ ଟେ ଅବା

ତମ କାନ୍ଥରେ ଜୀଅନ୍ତା ସମାଧିର ସୁରାକ କିଛି

ଘଟିଥିଲା କି ଏମିତି ଘଟଣା କିଛି

ରହିଯାଇଛି ସ୍ମୃତି ହେଇ ତମ ଭିତରେ

କୋଉ ଅନ୍ଧାରି କୋଠରୀ ରେ

ଘଟିଛି କି କିଛି ବିସ୍ମୟ କେବେ

ଯାହା ଆଜି ପାଗଳ କରିଛି ସଭିଙ୍କୁ

ଅନୁସନ୍ଧିତ୍ସୁ ଆଖି ଘୁରି ବୁଲେ

ତମ କାନ୍ଥର ଇଟା ଇଟା ରେ

ତମେ କି ପ୍ରହେଳିକା

ମୁଁ ଯା' ପାଇଛି ତମ ଠି

ଏକଦମ ସାଧାରଣ ତମେ ଆଉ

ଏକଦମ ସାଧାରଣ ତମ ରୁପ

ଖାଲି ଯା' ଭରପୁର

କୋଇଲାରେ ଲେଖା

ପ୍ରେମି ଯୁଗଳଙ୍କ ନାଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics