STORYMIRROR

Jumarnath Patra

Others

3  

Jumarnath Patra

Others

ଜୀବନ

ଜୀବନ

1 min
434



ଜୀବନ ଟା ଠିକ୍ ଏଇମିତି

ଗଛରୁ ଝଡି ପଡୁଥିବା ପତ୍ର ଟି

ତଳେ ନ ପଡିବା ଯାଏ

ଜୀବନ ଟା ଠିକ୍ ଏଇମିତି

ସାଇକେଲ ଗଡୁଥିବ

ଚକ ରେ ପବନ ନ ସରିବା ଯାଏ

ଜୀବନ ଟା ଠିକ୍ ଏଇମିତି

ପରୀକ୍ଷା ଦେଇ

ଅପେକ୍ଷା ଫଳାଫଳ ନ ବାହାରିବା ଯାଏ

ଜୀବନ ଟା ଠିକ୍ ଏଇମିତି

ମାସକର ଶ୍ରମ ର

ଅପେକ୍ଷା ପାଉଣା ନ ପାଇବା ଯାଏ

ଜୀବନ ଠିକ୍ ଏଇମିତି

ଆକାଶ ରେ ମେଘ ଦାନା ବାନ୍ଧି

ବର୍ଷା ହେଇ ଝରିଲା ଯାଏ

ଜୀବନ ଟା ଠିକ୍ ଏଇମିତି

ମତାଣିଆ ଝରଣା ଠୁ

ନଈଟିଏ ହେଇ ସାଗର ଯାଏ

ଜୀବନ ଟା ଠିକ୍ ଏଇମିତି

ମରୁ ର କାକଟସ ରୁ

ଟେରେସ ର ଗୋଲାପ ଯାଏ

ଜୀବନ ଟା ଠିକ୍ ଏଇମିତି

ପ୍ରିୟା ଗାଲର ଲାଲିମା ଠୁ

ତୃତୀୟ ପିଢି ରେ

ଆଈ ମା' କାହାଣୀ ଗପିବା ଯାଏ

ଜୀବନ ଟା ଠିକ୍ ଏଇମିତି

ଏନ୍ତୁଡିଶାଳ ରୁ ମଶାଣି ଯାଏ ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍