STORYMIRROR

Jumarnath Patra

Others

2  

Jumarnath Patra

Others

ଇସୁକୁଲୁ

ଇସୁକୁଲୁ

1 min
704



'ଆହେ ନିଳ ଶଇଳ

ପବଳ ମତ ବାରଣ

ପବଳ ମତ ବାରଣ...'

ହେଇ ଲୋ

ପାଥନା ଆରମ୍ଭ ହେଲାଣି

ଇସୁକୁଲୁ ବସିଲାଣି

ଆଜି ତୁ ତ ଆଣ୍ଠେଇବୁ

ଆଉ ତୋ ଲାଗି ମୁଁ ବି

ହୁଣ୍ଡି ଆଆଲୋ

ହେଇ କ'ଣ ହେଲା

ପଛରେ ରହିଲୁ ଯେ

ଇରେ ...ଝୁଣ୍ଟିଲୁ ..ଆହା

ଗୋଡ ଖଣ୍ଡିଆ

ରକତ ବୋହୁଛି

ମା'କୁ କହୁନୁ

ଆଣିଦବ ବାଟା ଚପଲ

ଚାଆଲେ ଝଅଟ

ଇସୁକୁଲୁ ରେ ନାଲି ଉଷୁଦ ମାରିଦବୁ

ଉଠୁ ...ମୋ ହାତ ଧରି ଉଠୁ

ଆଲୋ ତୋ ଚୁଟି ଖୋଲିଯାଇଛି

କଳା ରବର ଟା କାହିଁ ଯେ

ରିବନ ତ ବାନ୍ଧିବୁନି

ରହ ...ଏଇ ଗୁଡି ସୁତାରେ

ତୋ କଦଳୀ ବେଣୀକୁ ବାନ୍ଧିଦିଏ

ଆ' ମୋତେ ଧରି ଆ'

ପୁଣି କ'ଣ ହେଲା

ଅଟକିଲୁ ଯେ ...

ସେ କେବିନିକୁ ଅନେଇଲୁ ଯେ

ଆଲୋ ଆଜି ତ ଥାଉ

ସଦାବେଳେ ତ ଖାଇଛୁ

ଖଡି ଚୁଚୁମା

ଆସେ ..

ଓହୋ ..ହଉ ହେଲା ଚାଆଲେ

ଗୋଟେ ନେଏ ...ଝଅଟି ଆସେ

ଇସୁକୁଲୁ ବସିଲାଣି

ଆଜି ମାଡ ଖାଇବା ଯେ

ନହେଲେ ଏକ ଗୋଡିଆ

ନହେଲେ ଆଣ୍ଠେଇବା

ସବୁ ତୋଅରି ନାଗି

ଆଖିରୁ ନୁହ ପୋଛ

ଆ' ଝଅଟି ଆ'...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍