STORYMIRROR

Kalish Chandra Parhi

Fantasy Others

3  

Kalish Chandra Parhi

Fantasy Others

ତୁମରି ଗାଁ -୧୬

ତୁମରି ଗାଁ -୧୬

1 min
179


ତୁମରି ଗାଁର ଧାଡି ଚାଳଘର

ବାଡି ବରକୋଳି କଥା,

ପରିଣତ ଏଇ ବୟସରେ ଯେବେ

ମନେପଡେ ଜାଗେ ବ୍ୟଥା।

ପ୍ରଣୟ ବତୁରା ମନଟା ସେକାଳେ

ଥିଲାଭାରି ଅମାନିଆଁ,

ବାଲିଘର ତୋଳି ବର କନିଆଁର

ଭାବଯେତେ ଦିଆନିଆ।

ତୁମେଥିଲ ବଧୂ ମୁଁ ତୁମର ବର

ସାଙ୍ଗମେଳେ ବାହାଘର,

ଯଉତୁକ ପ୍ରଥା ନଥିଲାତ ସେବେ

ଖାଇବା ଗଣ୍ଡାକ ସାର ।

ସେଇଘରେ ତୁମେ ରାନ୍ଧୁଥିଲ ଭାତ

ତିଅଣ ଯେ ସଢେଇରେ,

କେତେ ମଜାଥିଲା ସେଦିନର ସେଇ

ବେଖିଆଲି ଜୀବନରେ ।

ଥିଲା ଭାଇଚାରା ପରସ୍ପରମଧ୍ୟେ

ନଥିଲା କପଟ ଛନ୍ଦ,

ଜଣକ ଦୁଃଖରେ ଆନଜଣେଯାଇ

ବୁଝୁଥିଲେ ଭଲମନ୍ଦ।

ସଭିଙ୍କୁ ନିଜର ମଣୁଥିଲେ ସର୍ବେ

ମାନବିକ ପଣରଖି,

ସେହିପଣ ଆଜି ଘୁଣଖାଇଯାଏ

ଆଖିବୁଜିଯାଏ ଦେଖି ।

ସେଇ ସମୟର ଭାବନା ଆଜିମୋ

ଆଖିରେ ଆଣଇ ଲୁହ,

ବଦଳି ଯାଉଚି ସମୟଟା କିଆଁ

କେହି ଜଣେ ହେଲେକୁହ ?

କୈଳାସ ଚନ୍ଦ୍ର ପାଢୀ।କୁମରପୁର।

ଭଦ୍ରକ।


Rate this content
Log in

Similar oriya poem from Fantasy