STORYMIRROR

Kalish Chandra Parhi

Fantasy

3  

Kalish Chandra Parhi

Fantasy

କୋଟି କୋଟି ପ୍ରଣାମ ତୁମକୁ

କୋଟି କୋଟି ପ୍ରଣାମ ତୁମକୁ

1 min
206

  

ହେ ମୋର ମାଟିର କବି

      କୋଟିକୋଟି ପ୍ରଣାମ ତୁମକୁ,

ଚେତନାର ଚୌହଦୀରେ

      ରଙ୍ଗାୟିତ କର ଲେଖନୀକୁ।

ମାଟିରୁ ସାଉଁଟି ଆଣ

      ମୁଠାମୁଠା ସ୍ବପ୍ନର ଫସଲ,

ଶବ୍ଦରେ ଛୁଟାଇ ଦିଅ

      ମିଠାମିଠା ଗୀତର ଗଜଲ।

ସେ ଗଜଲ ଛୁଇଁଯାଉ

      ଏ ମାଟିର ପ୍ରତିଟି ପ୍ରାଣକୁ,

ହରିନେଉ ଦୁଃଖ କଷ୍ଟ

      ମନତଳ ସମସ୍ତ ଗ୍ଳାନିକୁ।

ପ୍ରେମର ମନ୍ତ୍ରରେ ଏଠି

      ମୋହ ମୁଗ୍ଧ ହୁଅନ୍ତୁ ସରବେ,

ମାଟିର ଗୌରବ ଗାଥା

      ଗାଆନ୍ତୁ ସେ ବିମୁଗ୍ଧ ଗୌରବେ।

ମାଟିରୁ ଆକାଶ ଯାଏଁ

      ଶବ୍ଦ ଏଠି କୁଢେ଼ଇ ପଡିଛି,

ଭାବନାର ଭାଗିରଥି

      ଦେଖୁନକି ନିଃଶବ୍ଦେ ବହୁଛି।

ଅନ୍ତର୍ଦୃଷ୍ଟି ଫେଇ ଦେଖ ବନ୍ଧୁ

      ଧଇର୍ଯ୍ୟର ଅସୀମତା ବଳେ,

କୁଳୁକୁଳୁ ନାଦଯାଏ ଶୁଭି

       ପାଷାଣର ଋକ୍ଷ ଶଯ୍ୟାତଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy