STORYMIRROR

Alaka Dash

Others

3  

Alaka Dash

Others

ଆସ ବର୍ଷାରେ ଭିଜିବା

ଆସ ବର୍ଷାରେ ଭିଜିବା

1 min
333

 ଆସ ବର୍ଷାରେ ଭିଜିବା 


ଆସ, ଆମେ ଆଜି 

ବର୍ଷା ରେ ଭିଜିବା 

ରିମଝିମ ବର୍ଷାର 

ତାଳେ ତାଳେ 

ପାଦ ପକାଇ ଚାଲିବା

ଅନେକ ଦୂର....... 

ଆମେ ଫେରି ଯିବା 

ଅତୀତର ଇତି ପୃଷ୍ଠା କୁ 

ପୁଣି ଅଲଟେଇବା ସେ ପୃଷ୍ଠା 

ସ୍ମୃତିର ବେଳାଭୂମିକୁ, 

ତୁମେ ଧରି ଥିବ ଛତା ଟିଏ 

ମୁଁ ଧରି ଥିବି ତୁମ ହାତକୁ 

ବେଳେ ବେଳେ ତୁମେ 

ଚାପି ଦେବ ମୋ ହାତକୁ 

ଆଉ ମୁଁ ଚିମୁଟି ଦେବି 

ତୁମ ହାତକୁ 

ମୃଦୁ ହସରେ ତୁମେ 

ଚାହିଁ ଦେବ ମୋତେ 

ଆଉ ମୁଁ ଲାଜେଇ ଯିବି, 

ଭିଜା ମାଟିର ବାସ୍ନାରେ 

ଆମେ ମହ ମହ ବାସିବା 

ଓଦା ସର ସର ହୋଇ 

ଦୁହେଁ ଦୁହିଁଙ୍କୁ କଣେଇ କଣେଇ 

ଚାହିଁବା 

ଉପରେ ବର୍ଷା ଭିତରେ 

ପ୍ରେମ ର ବର୍ଷା ର ଛିଟା 

ମନର ସବୁ ରାଗ ଅଭିମାନ କୁ 

ଦୁରକୁ ଫିଙ୍ଗି ଦେବା 

ସଡ଼କରେ ଚାଲି ଥିବ 

ପାଣିର ସୁଅ 

ମନ ହେଉଥିବ ଓଦା 

ତୁମେ ମୋତେ ଶୁଣାଇବ 

ମେଘଦୂତର କବିତା 

ମୁଁ ଶୁଣାଇବି "ବର୍ଷା "କବିତାବଳୀ 

ବୟସର ଅପରାହ୍ନରେ 

ଏମିତି ମଜା ଆଉ କେତେ 

ଦିନ ଆସିବ ? 

ଆସ.... ଆମେ 

ବର୍ଷା ରେ ଭିଜିବା l



Rate this content
Log in