STORYMIRROR

Alaka Dash

Others

3  

Alaka Dash

Others

ସନ୍ଦିହାନ

ସନ୍ଦିହାନ

1 min
190


ଜୀବନ ର କୁସୁମିତ ବନେ 

ବୁଲ ବୁଲୁ 

ଅଜନ୍ତା ଏଲୋରା ର ପ୍ରାଚୀର ରେ

ଲାଖି ଗଲା ଆଖି, 

ଦୋହଲି ଗଲା 

ମନ ଉପଵନ, 

ନିଖୁଣ, ଅଭୁଲା, ମର୍ମ ସ୍ପର୍ଶି 

ଜୀବନ୍ତ ପରି ଶୃଙ୍ଗାର ରତା 

ପ୍ରେମୀ ଯୁଗଳ ଙ୍କର ଚିତ୍ରପଟ, 

ପ୍ରିତୀ ପର୍ଣ୍ଣl,ର ଘୁମନ୍ତ ଆଖିରେ, 

ଭରି ରହି ଥିଲା କୋଟି ଯୁଗର ତୃଷ୍ନା, 

ମନରେ କେତେ ଯୁଗର 

କ୍ଷୁଧା ମେଣ୍ଟାଇବା ର ସ୍ବପ୍ନ, 

ଅୟୁତ ଫଗୁଣର ଭିଜା 

ବାସ୍ନା ରେ ମହକିତ 

ମସୃଣ ଉନ୍ନତ ଛାତିରେ 

ଉଷ୍ମତାର ଜୁଆର, 

ଉଜ୍ଜ୍ୱଳ ଲଲାଟରେ ପ୍ରିତୀର ଅବିର, 

ଧମନୀରେ ପ୍ରେମର ଓଁକାର, 

ମିଳନ ବେଣୁରେ ମୂର୍ଛାୟିତ ଅଵୟଵ, 

ପ୍ରଣୟର ଯଜ୍ଞ ବେଦିରେ 

ଢ଼ାଳୁ ଥିଲା ରତି ର ଆହୁତି, 

ପ୍ରେମର ଉତ୍ତରଣ ପଥେ, 

ଚୁମ୍ବିତ ଅଧର ବୁଣୁଥିଲା 

ବର୍ଣ୍ଣାଳି ର ମୁରୁଳ, 

ସ୍ମୃତିର 

ଚୋରାବାଲିରେ ଅଙ୍କିତ ହେଲା 

ରାଧା କୃଷ୍ଣ ଯୁଗଳବନ୍ଦୀ 

ଦୃଢ଼ ସତେଜ, ସକ୍ରିୟ 

ଆଲୋଡିତ ହେଲା ମର୍ମରେ, 

ଲାର୍ଭା ସମ ଦହିଲା ମାନସପଟ, 

ସନ୍ଦର୍ଶନେ ମାନବ ପାରିବନି 

ରୋକି ଇନ୍ଦ୍ରିୟର

ଶୁଷ୍କ କଙ୍କରିତ ମନ ମରୁ ଧାମେ 

ସ୍ଖଳିତ ହେଲା ପ୍ରିତୀର ନିର୍ଝର, 

ପ୍ଲାବିତ, ରସାଣିତ, ଅମୋଦିତ 

କଲା ନିରସ ଅଙ୍ଗରେ, 

ଉଦ୍ଭାସିତ ହେଲା ପ୍ରେମ ପୁରୁଷ, 

ଆତ୍ମା ହଜିଗଲା ସେଇ ଅପୂର୍ବ 

ଯୁଗଳ ବନ୍ଦୀର 

ବାହୁ ବେଷ୍ଟନୀର ଗାଢ଼ ଆଶ୍ଳେଷରେ 

ମୁଦ୍ରିତ ନୟନେ ହେଲା ସ୍ୱାକ୍ଷରିତ 

ପ୍ରୀତି ବନ୍ଧନ, 

ବଜ୍ର ନିଁଘୋଷ ରେ ଉଚ୍ଚାରିତ କରି 

ମିଳନର ଆଦ୍ୟ ଶ୍ଳୋକ 

ସନ୍ଦିହାନ ପ୍ରାଣେ ପ୍ରଶ୍ନ ଝଙ୍କାର, 

ମୁଁ ପ୍ରୀତି ରାଇଜରେ 

ନା ମୁକ୍ତିର ଅପେକ୍ଷାରେ l l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍