କାଶତଣ୍ଡୀ ହସେ
କାଶତଣ୍ଡୀ ହସେ
1 min
404
କାଶ ତଣ୍ଡୀ ହସେ ଶରତ ପରଶେ
ବିଜୟ ବାରତା ନେଇ
ଆସୁଛନ୍ତି ମାଆ ଏ ଧରା ଧାମରେ
ଆଶିଷ ଢ଼ାଳିବା ପାଇଁ ।
କରୁଣା ମୟୀଙ୍କ ସ୍ୱାଗତ ପାଇଁକି
ହସେ ବନଭୂଇଁ ମରତେ
ଶାନ୍ତି ର ପ୍ରତୀକ ସବୁଜ ବନାନୀ
ନିର୍ମଳ ଶୋଭା ଏ ଜଗତେ l
ଜୁଇ ଜାଇ ହେନା ବାସ ବିତରନ୍ତି
ପଥ କରି କୁସୁମିତ
କାକ ପିକ ସବୁ ଗୁଞ୍ଜରି ଉଠନ୍ତି
ମାଆ ଙ୍କୁ କରି ବନ୍ଦିତ l
ନଦୀ ନାଳ ସବୁ ଉତ୍ଫୁଲ ହୁଅନ୍ତି
ପଦ ପ୍ରକ୍ଷାଳନ ପାଇଁ
ଆକାଶ ରଚଇ ତାରା ର ଚାନ୍ଦୁଆ
ସରସୀ ରେ ପଦ୍ମ କଇଁ l
ମାଆ ର କରୁଣା ଆଶିଷ ଝରଣା
ଜଗତ ଜନଙ୍କ ପାଇଁ
ପାପ ତାପ ଧୋଇ ନିର୍ମଳ କରିବ
କରୁଣା ଦେବ ଝରାଇ l