STORYMIRROR

Alaka Dash

Fantasy

3  

Alaka Dash

Fantasy

ବର୍ଷା ଭିଜା ମହକ

ବର୍ଷା ଭିଜା ମହକ

1 min
233


ବର୍ଷା ତୁମେ ଫେରିଯାଅ, 

ତୁମେ ଫେରିଯାଅ... 

ତୁମରି ଭିଜା ଭିଜା ଆଖି 

ଉନ୍ମୁକ୍ତ ବକ୍ଷ  

ଛମ ଛମ ଚାଲି 

ରୁଣୁ ଝୁଣୁ ନୁପୁରର ଆକର୍ଷଣ 

ମୋତେ କରି ପାରିବିନି ବାଟ ବଣା 

ସ୍ୱପ୍ନ ଭିଜା ରାତି ସାଇତି ରଖିଛି 

ମୋ ପ୍ରିୟା ପାଇଁ 

ଅଭିମାନେ ପ୍ରିୟା ଯାଇ ଅଛି ଚାଲି 

ଏବେ ବି ତା ପ୍ରୀତି ମଦିରାର 

ସୁଗନ୍ଧରେ ଆପ୍ୟାୟିତ 

ପ୍ରିୟାର ପ୍ରୀତି ଚନ୍ଦନ 

ଅଙ୍ଗେ ଅଙ୍ଗେ ପ୍ରଲେପିତ 

ତାର ମଧୁର ଆକର୍ଷଣ 

ମୋତେ ଲୋଲୁପିତ ଅଭିମନ୍ତ୍ରିତ 

କରି ରଖିଛି 

ତାର ମିଠା ମିଠା ବାସ୍ନା 

ସ୍ମୃତି ଭିଜା ରାତି 

ବର୍ଷାର ରାତି ଠାରୁ ଅସୁମାରୀ 

ସ୍ବପ୍ନାବିଷ୍ଠ ଛନ୍ଦାୟିତ

ଅୟୁତ ସ୍ୱପ୍ନର ଲହଡି ଖେଳେ 

ମୋ ପ୍ରୀତି ପାରାଵାରେ 

ସେ ପ୍ରେମକୁ ପାଥେୟ କରି 

ଅତିକ୍ରମ କରି ଯିବି 

ଜୀବନ ମରୁଭୂମି 

ଭଲ ପାଇବାର ଅଭିମନ୍ତ୍ରିତ 

ଜଳ ସିଞ୍ଚି ଦେବି 

ପିୟୁଷର ଧାର 

ମରୁଭୂମି ବି ଭରି ଉଠିବ 

ସବୁଜିମା ସ୍ୱର୍ଣ୍ଣ ପ୍ରସୁମାରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy