STORYMIRROR

Alaka Dash

Others

4  

Alaka Dash

Others

ଶିବ ବନ୍ଦନା

ଶିବ ବନ୍ଦନା

1 min
481


କଣ୍ଠରେ ମୋର ଶିବ ନାମ 

ନୟନେ ଶିବ ପ୍ରତିମ

ମୋ ସ୍ପନ୍ଦନ ସିଏ ରକତ ସିଏ 

ସେ ମୋ ଜୀବନ ସମ 

ମୋ ପ୍ରାଣରେ ଶିବ, ଶ୍ୱାସ ରେ ଶିବ 

ଶିବ ମୋର ପିତା ସମ 

ଯାଉଛି ଯାଉଛି ଯାଉଛି ମୁଁ 

       ଶିବ ଧାମ ।


ଥାଳିରେ ମୋର ବେଲ ପତର 

କଞ୍ଚା କ୍ଷୀର କୁ ଥୋଇ, 

ଅରଖ, ଦୁଦୁରା ମାଳ ଗୁନ୍ଥିଛି 

ଶିବ ନାମ ଗାଇ ଗାଇ 

ଯେତେ ଦୂରୁ ଶିବ ଦେଉଳ ଦିଶେ 

ହାତ ଯୋଡି କରେ ପ୍ରଣାମ 

ଯାଉଛି ଯାଉଛି ଯାଉଛି ମୁଁ 

         ଶିବ ଧାମ l


, ଆହେ ମହେଶ ବାବା ନାଗେଶ 

କରୁଣା ଟିକିଏ କର 

ନୁହେଁ ମୁଁ ତପୀ, ଅଟଇ ପାପୀ 

ଜାଣେନା ଶିବ ମନ୍ତର

ତୁମରି ଛବି  ରଖିଛି ଥାପି 

ହୃଦୟେ କରି ଧାମ 

ଯାଉଛି ଯାଉଛି ଯାଉଛି ମୁଁ 

     ଶିବ ଧାମ ।


କେତେ ଦୂରରୁ ଆସିଛି ଧାଇଁ 

ଶିବ ଶଙ୍କର ପୂଜିବା ପାଇଁ 

ଭୋଳା ବାବା ଟିକେ ଦେଲେ ଅନାଇ 

ଦୁଃଖ ମୋ ଯିବ ପଳାଇ 

ଶ୍ରାବଣ ମାସେ ପୂଜିଲେ ବାବା 

ପୂର୍ଣ୍ଣ ହୁଏ ସବୁ କାମ, 

ଯାଉଛି ଯାଉଛି ଯାଉଛି ମୁଁ 

       ଶିବ ଧାମ l     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍