STORYMIRROR

Alaka Dash

Others

3  

Alaka Dash

Others

ଅନ୍ତରଯ୍ୟାମୀ ହେ ବୁଝିବ ବ୍ୟଥା

ଅନ୍ତରଯ୍ୟାମୀ ହେ ବୁଝିବ ବ୍ୟଥା

1 min
365

ଅନ୍ତର ଖୋଲି  କହେ ପ୍ରଭୁ ବୋଲି 

   ଅନ୍ତରଯ୍ୟାମୀ ହେ ବୁଝିବ ବ୍ୟଥା, 

ତୁମରି ଶରଧା  ବାଲିରେ ଶରଧା

  ବଳାଇଛି ମୋର ମରମ କଥା l

ନୀଳାଚଳ ଧାମେ  କେବେ ନେବ ଡାକି 

  କୁହ ହେ ମୋହର ପ୍ରାଣ ସଖା llଘୋଷା ll


ଲଗାଇଲେ ଡୋର  ବୁଝିବ ଅନ୍ତର 

  ଏ ସବୁ ତୁମ କରୁଣା ଧାରା, 

 ଶହେ ଜନ୍ମ ପୂଣ୍ୟ  ଭାଗ୍ୟେ ମୁଁ ପାଇବି 

  ନାମ ମୁଁ ଗାଇବି ଜୀବନ ସାରା l

ଏତେ ଭାଗ୍ୟ ସତେ  ହେବକି ମୋହର 

  ପୂରଣ ହେବ ମୋର ମରମ ବ୍ୟଥାl llଘୋଷା ll


ଜୀବନ ସଉଦା ସରି ସରି ଆସେ 

  ମରି ମରି ଯାଏ ମରମ କଥା 

ଜୀବନ ସଳିତା  ଲିଭି ଲିଭି ଆସେ 

  ଅଧୁରା ରହିଲା ମରମ ବ୍ୟଥା 

ସତେ କି ପୁରିବ  ମୋର ଅଭିଳାଷ 

  କଳା ଠାକୁରରେ ପାଇବି ଦେଖା ll ଘୋଷା ll


ଅନ୍ତର ଖୋଲି  କହେ ପ୍ରଭୁ ବୋଲି 

 ଅନ୍ତରଯ୍ୟାମୀ ହେ ବୁଝିବ ବ୍ୟଥା l



Rate this content
Log in