Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy Fantasy

4  

KRUTIBAS NAYAK

Tragedy Fantasy

କରୋନାର ବିଚାର

କରୋନାର ବିଚାର

1 min
182



ଆତଙ୍କ ଖେଳାଇ ବିଶ୍ଵ ଦୋହଲାଇ ଆସିଲା କରୋନା ରାଣୀ,

କୋଭିଡ଼ କହିଲା-ରାଜକୁମାର ମୁଁ ଦେଖିନିଅ ମୋର ଠାଣି |


ନେତା ମନ୍ତ୍ରୀ ଧନୀ ବେପାରୀ କି ଜ୍ଞାନୀ କାହାକୁ ଛାଡ଼ିବି ନାହିଁ,

ଡାକ୍ତର ଯୁବକ ସେବକ ସେବିକା ଜୀବନକୁ ନେବି ମୁହିଁ |


କାହା ଅହଂକାର ଗର୍ବ ରଖିବିନି ସବୁ ନଇଁରଖ ମଥା,

ମୁହଁରେ ନାକରେ ତୁଣ୍ଡି ବାନ୍ଧିଥିବ କହି ପାରିବେନି କଥା |


ଜଣା ପଡ଼ିଯିବ ଭଣ୍ଡବାବା ଯେତେ ବାଘ ନୁହନ୍ତି ସେ ଛେଳି,

ଗୁଣିଆଁ ତାନ୍ତ୍ରିକ ଝଡ଼ାଫୁଙ୍କା ମନ୍ତ୍ର ମିଛ ସେ ମନ୍ତୁରା ଧୂଳି |


ଲୁଚିବେ ବାବାଜୀ ଗୁରୁଜୀ ମାତାଜୀ ଦେବେନି ଅଭୟ ବାଣୀ,

ଦେବତା-ଦେବତୀ ମନ୍ଦିର ଭିତରେ ମଉନେ ବସିବେ ପୁଣି |


କାମ ଦେବନାହିଁ କାହା ତେଜ-ଶକ୍ତି ଆଉ ଯେତେ ଅସ୍ତ୍ର-ଶସ୍ତ୍ର,

କାଟୁ କରିବନି ସାଧକ ତାନ୍ତ୍ରିକ ଗୁରୁଜୀଙ୍କ ଦୀକ୍ଷା-ମନ୍ତ୍ର |


ସମସ୍ତେ ହାରିବେ ମୁଁ ଏକା ଜିତିଵି ରୋଗୀ ହେବେ ଘରେ ଘରେ,

ଟୀକା ବାହାରିବ ଔଷଧ ଆସିବ ତା'ପରେ ଯିବି ମୁଁ ଧୀରେ |



Rate this content
Log in

Similar oriya poem from Tragedy