STORYMIRROR

Madhabi Patel

Action Fantasy

4  

Madhabi Patel

Action Fantasy

କରୋନା

କରୋନା

1 min
201


ସୁଲତା ରମଣୀ ସେବିକା କାମରେ

କରିଥିଲା ଯୋଗଦାନ

କରୋନା ଆସିଲା କାମ ବଢିଗଲା

କାମ ତା ନିରବଚ୍ଛିନ୍ନ ।

ପୁଅଝିଅ ତାର ଅତି ଛୋଟଛୋଟ

ଛାଡି ଯାଏ ଧାଇଁ ପାଖେ

ସ୍ବାମୀ-ସ୍ତ୍ରୀ ଦୁହେଁ ଛୋଟ ଚାକିରିଆ

ଚଳୁଥାନ୍ତି ସୁଖେ ଦୁଃଖେ।

କରୋନା ଯୋଦ୍ଧା କର୍ତ୍ତବ୍ୟ ଅଧିକ

ଧାଇଁ ବି ଛାଡିଲା କାମ

ସୁଲତା ଆକ୍ରାନ୍ତ ହେଲା କରୋନାରେ

ଗଲା କ୍ବାରେନଟାଇନ୍ ଧାମ।

ସ୍ବାମୀ ତା ଅଜୟ କଷ୍ଟରେ ଅଥୟ

ସମ୍ଭାଳିବା ପାଇଁ ପିଲା

ଗୃହକାମ କେବେ ଜାଣିତ ନଥିଲା

କେତେବଡ ଏ ଝାମେଲା।

ପିଲାଙ୍କ ଟିଫିନ ଖାଦ୍ୟ ସରଞ୍ଜାମ

ସ୍ନାନ ଶୌଚ ସବୁ କାମ

ରାତିସାରା ତାଙ୍କ ଧ୍ୟାନ ରଖୁଥାଅ

ଦୁଧଦିଅ ଶୌଚକାମ ।

ଖାଦ୍ୟ ପୋଡିଯାଏ ଦୁଧ ବହିଯାଏ

ଅଲଣା ତିଅଣହୁଏ

ଛି ଛା କଲେ ପିଲେ ଭାରି ରାଗହୁଏ

ନିଜପରେ ଘୃଣାହୁଏ।

ବାପର କର୍ତ୍ତବ୍ୟ କରି ନ ପାରିଲା

ଏମିତି ଜନମ ତାର

ଏବେ ସେ ଜାଣୁଛି ସ୍ତ୍ରୀ ସାହଚର୍ଯ୍ୟ

କେତେ ତାକୁ ଦରକାର।

ଏକଇଶ ଦିନ ପୁରିଲା ସମୟ

ସୁଲତା ହୋଇଲା ଖୁସି

ପରିବାର ସଙ୍ଗେ ଏକାଠି ରହିବ

ବଞ୍ଚିବେ ସଭିଏଁ ମିଶି।

କେତେ ଚିନ୍ତା ବ୍ୟଥା ମନର ଭିତରେ

ସ୍ବାମୀ ସନ୍ତାନକୁ ନେଇ

ମାଆର ହୃଦୟ ଅନୁଭବେ ସିନା

ଅନ୍ୟ କେ ଜାଣିବ କାହିଁ।

ଯଦି କେବେ ତାର ମୃତ୍ୟୁହୋଇଯାଏ

ପିଲାଏ ହେବେ ଅନାଥ

ସ୍ବାମୀତ ଅଯୋଗ୍ୟ ଗୃହ କର୍ତ୍ତବ୍ୟକୁ

କେ ଦେବ ତାଙ୍କର ସାଥ।

ଏମିତି ଚିନ୍ତା କରୁଥିଲା ଅଥୟ

ଦିନରାତି ସେଠି ରହି

ପ୍ରଭୁଙ୍କ କୃପାରୁ ସୁସ୍ଥ ହାେଇଗଲା

କିଛି ତାକୁ ହେଲା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action