ତୁମେ ବି ...
ତୁମେ ବି ...
ଆଜି କାଲି ପ୍ରତିଶୃତି ବି
ହେଲାଣି ଭେଜାଲ
ଅହରହ ବିଶ୍ଵାସ ବି,
ସୁଦୂର ବିସ୍ତାରି ସ୍ଵପ୍ନର ନିଲାମ
ଦିନର ଉଜାଗରେ ବି ।
ମନର ମୃଣାଳରେ ପଦ୍ମ ତୋଳି
ଭ୍ରମରକୁ ଆତିଥ୍ଯର କାରଣ
ନିଃସନ୍ଦେହ କେହିବି ... ,
ପ୍ରେମର ଅନ୍ଧାରରେ ଉବୁଟୁବୁ
ପଦ୍ମ ଚିତ୍ରପଟ୍ଟରେ ଭ୍ରମର ବି ।
ଦାନ ପ୍ରତିଦାନର ନ୍ୟାୟରେ
ଛଳନାର ଅଳିନ୍ଦରେ ନିଷିଦ୍ଧ ପ୍ରହରେ
ଦିନେ ନିଶ୍ଚେ ଝୁରି ହେବ ,
ଅଦୃଶ୍ୟ ଅସ୍ପଷ୍ଟ ମୋର ଛବି ବକ୍ଷେ ରଖି
ଅଶ୍ରୁ ମୁକ୍ତା ଝରାଇବ ।
ଭେଜାଲ ପ୍ରତିଶୃତିରୁ ଆତ୍ମଚିନ୍ତନରେ
ସାଉଁଟି ଚାଲିଥିବ
ଅନୁଭବୀ ହୃଦୟର ବାସ୍ତବତା ,
ଅଣ୍ଡାଳିବ ଅବିଶ୍ବାସର
ନିଆଁରେ ପୋଡ଼ି ଥିବା
ବିଶ୍ଵାସର ଅପରୂପ ସ୍ନିଗ୍ଧତା ।
ମୋର ସ୍ଵପ୍ନ ସିନା ଯାଇଥିବ ଭାଙ୍ଗି
କିନ୍ତୁ ତୁମ ସ୍ଵପ୍ନ
ସୁଦୂର ବିସ୍ତାରି ପାରିବନି ,
ମୋର ଆତ୍ମା ଘୁରୁଥିବ ଏଠି ସେଠି
କିନ୍ତୁ ତୁମେ ମୋର
ଶ୍ମଶାନର ଠିକଣାଟି ପାଇବନି ।

