Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Romance Tragedy Fantasy

3.6  

Chikun Panda

Romance Tragedy Fantasy

ଗୋଲାପ

ଗୋଲାପ

1 min
219


ପ୍ରେମ ର ପ୍ରତୀକ ସାଜି

କବି ର କଳ୍ପନା ରେ 

ନବ ବଧୂ ତୁ ' ସାଜୁ ।

ଦୂର ଆକାଶର ଚଢ଼େଇ ଟେ

ଯେତେବେଳେ ନୂଆ ନୂଆ ପ୍ରେମ ରେ ପଡ଼େ

ତୁ ତା ସ୍ବପ୍ନ ରେ ଆସୁ ,

ଗୁଲୁରୁ ଗୁଲୁରୁ କଥା କହୁ

ପ୍ରେମ ର ଫର୍ମୂଲା ସିଖଉ ।

ହେଲେ କହିଲୁନି କେବେ

ତୁ କାହା ପ୍ରେମେ ପଡ଼ିନୁ କେବେ ?

କହିଦେ ଆଜି

ତୋ ମନ କଥା ଖୋଲି ।

ଦୁଷ୍ଟ ଭ୍ରମର 

ତୋ ପ୍ରେମେ ପାଗଳ 

ବୁଝି କି ପାରୁନୁ ତା ମନ ବ୍ୟଥା ।

ସଭିଙ୍କ ମନର ରାଣୀ

କାହିଁକି ପିନ୍ଧିଛୁ ଲାଜର ଓଢ଼ଣୀ ।

ଜହ୍ନ ଦେଖି ତତେ ହସୁଛି ଖିଲି ଖିଲି

ବୋଧେ ସେ ତୋ ପ୍ରେମ ରେ ପଡ଼ିଛି !

ଆଉ କେହି ତତେ ତୋଳି ନେବା ଆଗରୁ

କି 'ଶୁଖିକି ଝଡ଼ିବା ଆଗରୁ ,

କହିଦେ ତୋ ମନ କଥା ଖୋଲି ।

ପରୀ ରାଇଜ ର ପରୀ ଟେ ଆସିଛି ଓହ୍ଲେଇ

କହୁଛି ଗଭା ରେ ଦବ ତତେ ଖୋସି ।

ଯା ଗୋଲାପ 

ଦଉଛି ମୁଁ ବିଦାୟ ।

ପରୀ ସାଙ୍ଗେ ଯା ତୁ

ପରୀ ରାଇଜ,

ପ୍ରେମ ର ପୂଜାରିଣୀ ଟିଏ ହୋଇ ।

             



Rate this content
Log in

Similar oriya poem from Romance