ସ୍ବପ୍ନ ପ୍ରତୀକ୍ଷା
ସ୍ବପ୍ନ ପ୍ରତୀକ୍ଷା
ସ୍ବପ୍ନ ଗୁଡ଼ିକ ବିଛେଇ ହୋଇପଡ଼ିଛି ମୋ ଚାରିକଡେ
କଡ଼ ଲେଉଟାଇବାକୁ ବି ଡରଲାଗେ
କାଳେ ସ୍ବପ୍ନ ଭାଙ୍ଗିଯିବ
ମୁଁ ପୁଣି ଥରେ ଫେରି ଆସିବି ମୋ ଭଙ୍ଗା ଅସଜଡ଼ା କୁଟୀରକୁ !
ରାଜ ନଅରର ସ୍ବପ୍ନ ସ୍ବପ୍ନରେ ରହି ଯିବନି ତ
ଭାରି ଡରଲାଗେ ଆଖି ଖୋଲିବାକୁ
ରାଜ ନଅରର ରାଜ କଣ୍ଢେଇ ମୋ ହାତ ଛାଡ଼ି ଦବନି ତ !
ମିଛ ହେଉ ପଛେ ଜିଇଁବାକୁ ଭଲ ଲାଗେ ସ୍ଵପ୍ନରେ
ଆଉ ଏ ଆଖି ନଖୋଲନ୍ତା କି,
ସ୍ବପ୍ନର ସହରେ ଘରଟିଏ ତୋଳନ୍ତି କି
ସେଠି ସବୁଦିନ ପାଇଁ ରହିଯାଆନ୍ତି ,
ଏ ଅବଶ ଶରୀର ଲୋଟି ପଡନ୍ତା ମୋ ଫେରିବା ବାଟକୁ ଚାହିଁ ।