STORYMIRROR

Chikun Panda

Abstract Tragedy Others

3  

Chikun Panda

Abstract Tragedy Others

ମଉଳା ଫୁଲ

ମଉଳା ଫୁଲ

1 min
174

ମଉଳି ଗଲି ବୋଲି ପାଦ ରେ ଦଳି ଦେଲୁ ମତେ 

ମୁଁ ବି ଦିନେ ଥିଲି ସଜ ପ୍ରସ୍ଫୁଟିତ ସୁବାସିତ ଭରା,

କେଡ଼େ ଆଦର ରେ ତୋଳି ଆଣି ଥିଲୁ ମତେ 

ଆଜି ମୋର ପାଖୁଡ଼ା ଶ୍ରୀହିନ

ମୁଁ ହେଲି ମଉଳା ଫୁଲ ,

ଟିକେ ବି ଦୟା ଲାଗିଲାନି ତତେ 

ମୋ ପାଖୁଡ଼ା ରେ ଟିକେ ପାଣି ଛିଞ୍ଚି ଦେଇଥାନ୍ତୁ 

ମୁଁ ସିନା ଆଉ ସତେଜ ଫୁଲ ଟିଏ ହୋଇପାରି ନ ଥାନ୍ତି 

ମରି ଗଲା ବେଳେ ପାଣି ଟିକେ ତ ପାଇଥାନ୍ତି !

ମୁଁ ଏବେ ଅଲୋଡ଼ା ଆଖୋଜା ମଉଳା ଫୁଲ

ଯିଏ ଦେଖେ ମୁହଁ ଫେରାଇ ନିଏ 

ନିମିଷକ ଆୟୁଷ ମୋର 

ମତେ କର ନାହିଁ ହତାଦର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract