STORYMIRROR

Chikun Panda

Abstract Others

3  

Chikun Panda

Abstract Others

ହାତ ଟେକି ଦିଅ ଆଶୀର୍ବାଦ

ହାତ ଟେକି ଦିଅ ଆଶୀର୍ବାଦ

1 min
120

ହେ ଗୁରୁ ତମେ ଈଶ୍ୱର 

ତୁମ ପାଦ ନିକଟ ରେ ଶତ ପ୍ରଣାମ 

ହାତ ଟେକି ଦିଅ ସଦା ଆଶୀର୍ବାଦ ।

ହେ ଗୁରୁ ତମେ ଅବିନଶ୍ୱର 

ତୁମେ ଜ୍ଞାନ ର ଭଣ୍ଡାର,

ତୁମ ପାଦ ନିକଟ ରେ ମୋ ମଥାନତ।

ହେ ଗୁରୁ ତମେ ଅନନ୍ୟ,ଅସୀମ ଆଦି ଅନନ୍ତ 

ତୁମ ପାଦ ଧୂଳି ବି ମୋ ପାଇଁ ଅମୃତ,

ତୁମ ତୁଣ୍ଡୁ ଝରିଯାଉ ମୋ ପାଇଁ ଆଶିଷ।

ହେ ଗୁରୁ 

ଯୁଗେ ଯୁଗେ ତମେ ପୂଜନୀୟ 

ତୁମ ନିକଟ ରେ ଚିର ବନ୍ଦନୀୟ । 

ହେ ଗୁରୁ                           

ଦେଖାଅ ଆମକୁ ଜ୍ଞାନର ଆଲୋକ 

ଫିଟି ଯାଉ ଆମ ମୁଦ୍ରିତ ଚକ୍ଷୁ।

ଯେବେ ମାଗିବ ଗୁରୁ ଦକ୍ଷିଣା

ଦେବି ମୁଁ ସବୁ ପାଉଣା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract