STORYMIRROR

Sangita Mishra Satapathy

Abstract

3  

Sangita Mishra Satapathy

Abstract

ମନେ ମୋ ଭାବନା ଜାଗିଲା

ମନେ ମୋ ଭାବନା ଜାଗିଲା

1 min
168

ଗଣତନ୍ତ୍ର ଦିବସ ଶୁଭଲଗନେ

ସକାଳ ସୂରୁଜ ଯେବେ ଉଇଁଲା

ଝରକା ଫାଙ୍କେ ଚିକ୍ ମିକ୍ 

ସୁନା କିରଣ ବିଛାଇ ପଡିଲା ।

ଛିଣ୍ଡା ଜରି ଗୋଟାଳି ଝିଅଟି କହିଲା

ଗଣତନ୍ତ୍ରରେ ମୋଲାଗି କି ଅଛି ବୋଇଲା ?

ବୃଦ୍ଧାଶ୍ରମେ ନିରାଶ୍ରୟ ଆଖି କଥା କହିଲା

ଏ କି ସାଧାରଣତନ୍ତ୍ର କି ଜନରାଜ୍ଯ !

ସ୍ବାଧୀନ ଦେଶର ସପନ ଥିଲା

ଫରଫର ଉଡି ତ୍ରିରଙ୍ଗା ଶୈଯ୍ଯ,

ତ୍ଯାଗ ର ଗାଥା ଗାଇଲା

ଶାନ୍ତି, ମୈତ୍ରୀ, ପ୍ରୀତି ପ୍ରଗତି ବାରତା ବାଣ୍ଟିଲା

ଦୂରଦର୍ଶନୁ ନେତାଜଙ୍କ ଭାଷଣ ଶୁଭିଲା

ନରପିଶାଚ କବଳୁ ବଞ୍ଚିତ କଢିର 

କରୁଣ କାନ୍ଦଣା ଡାକ୍ତରଖାନାରୁ ଶୁଭିଲା ।

ଗଣତନ୍ତ୍ର, ସ୍ବାଧୀନ, ସମ୍ବିଧାନ,ନୀତି

ଶବଦର ଅର୍ଥ ସବୁ ମୂଲ୍ୟହୀନଲାଗିଲା

ଗରିବ ଦୁଃଖି ଲାଗି ଗଣତନ୍ତ୍ରର କି ଅର୍ଥ ଅଛି

ମନେ ମୋ ଭାବନା ଜାଗିଲା

ମନେ ମୋ ଭାବନା ଜାଗିଲା । 


Rate this content
Log in

Similar oriya poem from Abstract