ମୂକ ସାକ୍ଷୀ
ମୂକ ସାକ୍ଷୀ
ଗାଁ ଶେଷ ମୁଣ୍ଡରେ ଥିବା
ବିଜୁଳି ର ଖୁଣ୍ଟଟି
ତୋ ଆଉ ମୋ ଭଲ
ପାଇବା ର ମୂକ ସାକ୍ଷୀ
ତୋ ଆଉ ମୋ ଭିତରେ ଜଳୁଥିଲା
ଭଲ ପାଇବାର ଅଗ୍ନିଶିଖା
ଠିକ୍ ଗାଁ ଶେଷ ମୁଣ୍ଡରେ
ଥିବା ବିଜୁଳି ର ଆଲୁଅ ପରି।
ଗାଁ ଶେଷ ମୁଣ୍ଡରେ ଥିବା
ଖୁଣ୍ଟଟି ଏବେ ବି ଜଳୁଛି
ହେଲେ କୁଆଡେ଼ ଗଲା ତମ ପ୍ରତିଶୃତି
ଲିଭିଗଲା ଅଗ୍ନିଶିଖା
ରହିଗଲା ଖାଲି ପାଉଁଶ ର ଅବଶେଷ ।
ଭଲ ଥିଲା ସେ ବିଜୁଳିଖୁଣ୍ଟ
ନୀରବ ପ୍ରେମିକ ପରି
ଆଜି ବି କରିଛି ପ୍ରତୀକ୍ଷା
ମୋ ଫେରିବା ପଥକୁ
କରିଛି ଅପେକ୍ଷା।