STORYMIRROR

Chikun Panda

Romance Fantasy Thriller

3  

Chikun Panda

Romance Fantasy Thriller

ପ୍ରେମ ପ୍ରତୀକ୍ଷା

ପ୍ରେମ ପ୍ରତୀକ୍ଷା

1 min
153

ସବୁ ରାତିରେ ମୋ ସ୍ବପ୍ନରେ ଆସନ୍ତନି

ଏତେ କଣ ଅଭିମାନ ଯେ,

ମୋ ଆଖିର ଅମାନିଆ ଅଶ୍ରୁ ଗୁଡ଼ିକ ପୋଛି ଦିଅନ୍ତନି 

ତୁମ ହାତ ପାପୁଲି ରେ,

ମୋ ମୁଣ୍ଡ କୁ ଆଉଁସି ଶୁଆଇ ପକାନ୍ତନି

କୋଉ ଦିନରୁ ଶୋଇନି ଯେ,

ତୁମ ପ୍ରତୀକ୍ଷାରେ ।


ପଲଙ୍କରେ ସିନା ଶୋଇଛି

ତୁମ ଶୂନ୍ୟତାକୁ ପ୍ରତିଟି ମୁହୂର୍ତ୍ତରେ ଅନୁଭବେ 

ଶୟନେ ସପନେ ତୁମ ଅଦୃଶ୍ୟ ସ୍ପର୍ଶ

ମନ ହୁଏ ଆନମନା,

ଆଖି ଖୋଲିଲେ ତୁମେ

ଆଖି ବୁଜିଲେ ତୁମେ 

ଖାଲି ତମେ ହିଁ ତମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance