STORYMIRROR

Akshayakumar Dash

Romance Inspirational

3  

Akshayakumar Dash

Romance Inspirational

ରଙ୍ଗ

ରଙ୍ଗ

1 min
208

ମହକୁଛି ଗୋଲାପ

ରୂପରେ କି ଗୁଣରେ 

ନାଗେଶ୍ୱର ,ଚମ୍ପା, ରଜନୀଗନ୍ଧାରେ

ବାସିଉଠୁଛି ବଜାର

ଓଠ ଦିଓଟି ବିମ୍ବ ଫଳ

ମଲ୍ଲୀ କଢି ପରି ଦାନ୍ତ

ଚାପି ଧରିଛି ଜିଭକୁ

ସମ୍ଭୋଗ ଠାଣିରେ

ଇସାରା ଦେଉଛି 

ଦେହର ଦାହକୁ ନିର୍ବାପିତ ପାଇଁ

ଉପଯୁକ୍ତ ପୁରୁଷ ।

ଏ ରଙ୍ଗର ମହକରେ

କଂକ୍ରିଟ ଇଲେକ୍ଟ୍ରି ଖୁଣ୍ଟକୁ

ଝୁଙ୍କି ପଡିଛି ଦେବଦାରୁ

କଅଁଳ ନିମ ପତ୍ରକୁ

ତୋଳିନେଉଛି ବୈଦ୍ୟନାଥ

ଆମ୍ବ ଡାଳରେ କୋଇଲି ତାନ

ପ୍ରେମ ହିଁ ସଙ୍ଗୀତର ଇଙ୍ଗିତ

ରଙ୍ଗରେ ଆକାଶ ପାଶେ

ଧରିତ୍ରୀ ପ୍ରେମରେ ବସନ୍ତ ରାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance