STORYMIRROR

Debadatta Jena

Romance

3  

Debadatta Jena

Romance

ସମ୍ଭାବନା..

ସମ୍ଭାବନା..

1 min
229


ରେ ମନ, 

ମୋ ଅଭିମାନକୁ ତୁ ଅଭିମାନରେ 

ରହିବାକୁ ତ ଦେ, 

ମୁଁ ସ୍ୱାଭିମାନୀଟିଏ ବନି ଯିବି,, 

ମୋ ଦରଦୀ ଭାବନାରେ 

ଶୁଦ୍ଧ ସମ୍ଭାବନାଟିଏ ତ ଵନିଯା, 

ମୁଁ ସ୍ୱପ୍ନ ସମ୍ଭାର ପାଲଟିବି,,, 

ମନ ପାରାବାରେ ଉଦୟ ସୂର୍ଯ୍ୟର 

ମୁଗ୍ଧ ପ୍ରତିଛବିଟିଏ ଅଙ୍କିବି,,,! 


ରେ ସ୍ୱପ୍ନ, 

ତୋ ଅଭିଯୋଗକୁ ମୋ ଦେହରେ 

ଥରେ ମିଶିବାକୁ ତ ଦେ, 

ମୁଁ ସୁନ୍ଦର ସଦ୍ ବିନିଯୋଗ କରିବି, 

ସରଳ ହୃଦୟେ, ସାବଲୀଳ ଚିତ୍ତେ 

ତୁ ପ୍ରେମ ପ୍ରତିଶବ୍ଦ ଲେଖିଦେ,

ମୁଁ ପ୍ରଣୟ ଗୀତିକା ଗାଇବି, 

ଅଝଟ ମନରେ, ଅବୁଝା ପ୍ରାଣରେ 

ଜୀବନ ଜୀଇଁବା ଶିଖିନେବି..!


ରେ ଜୀବନ, 

ତୁ ଅପହଞ୍ଚ ସିନା, 

ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦେ, 

ଜୀବନର ପଥ, କଣ୍ଟକିତ ଥାଉ,  

ମୋକ୍ଷର ମାର୍ଗ ମୁଁ ଖୋଜି ନେବି, 

ଜୀବନ ଯନ୍ତ୍ରଣା, ଯଜ୍ଞ ଯଉ ଘରେ, 

ଅର୍ଘ୍ୟଟିଏ ମୁଁ, ଦାଉ ଦାଉ ଜଳୁଥିବି, 

ଶୋଣିତ ବକ୍ଷରେ, ରୁଧିରାକ୍ଷରେ 

ମୁଁ ସଂଜୀବନୀ ପାଲଟିବି..!


ତୁ ଜାହ୍ନବୀ,, 

ମୋ ମେଘ ଆକାଶରେ, 

ନୀଳକଇଁଟିଏ ସାଜି କି ତ ଦେଖ, 

ମୁଁ ଇନ୍ଦ୍ରଧନୁ ରଂଗ ମାଖି ଦେବି,

ଶବ୍ଦାକାଶର ଉପମା ନୈପୁଣ୍ୟେ, 

କବିତାର ଛନ୍ଦ ତୋଳି ଦେଲେ, 

ମୁଁ ସୁର ସରଗମ ସାଜି ଯିବି,,, 

ଅନୁପମ ସୃଷ୍ଟି ସର୍ଜନା ତୋଳି ଦେ.. 

ମୁଁ ଜୀବନ ସୃଜନୀ ସିଞ୍ଚିଦେବି..!


ତୁ ସଂଯୋଜନୀ, 

ମୋ ଜୀବନ କାବ୍ୟର.. 

ଜୀବନ ନାଟକ, ସଂଗ୍ରାମ ପଥ,  

ଥରେ ଲଢ଼ିବା ଶିଖେଇ ଦେ ମୁଁ..

ହାରିବା ଜିତିବା ଶିଖି ଯିବି, 

ଶୂନ୍ୟ ଜୀବନ ଏ ସ୍ପନ୍ଦିତ ପ୍ରାଣେ,,   

ଜୀବନର ବାଜି ଜିତି ନେବି, 

ସ୍ୱପ୍ନର ବାଲିଘର ତୋଳି ଦେ ମୁଁ, 

ସ୍ମୃତିର ସୌଧ ଗଢି ଦେବି..!


ରେ ଜୀବନ, 

ତୁ ରଙ୍ଗମୟ, ମତେ ତ,, 

ସାବଲୀଳ ରଙ୍ଗେ ଭିଜେଇ ଦେ, 

ରିମଝିମ, ରୁଣୁ ଝୁଣୁ ତାନେ ନାଚିବି, 

ରେ ଯୌବନ,ତୁ ବହୁତ ଚଞ୍ଚଳ ନା, 

ତୋ ଅସୀମିତ ଆକାଂକ୍ଷାର 

ଇପ୍ସିତ ରୂପରେ ଅଭୀପ୍ସିତ ହେଲେ, 

କାୟାକଳ୍ପଟିଏ ବନି ଯିବି,,, 

ତୋ ଅବୁଝା ପ୍ରଶ୍ନର,ଅଜଣା ଉତ୍ତର, 

ମୁଁ ବାରମ୍ବାର ଖୋଜୁଥିବି..!


ସ୍ମୃତି ଆଇନାରେ ତୁ ଅବଶ୍ୟମ୍ଭାବୀ 

ବୋଲି ଭାବି ନେଲେ ଥରେ,,, 

ମୋ ସୀମିତ ଆକାଂକ୍ଷା ଅସୀମିତ ପ୍ରଶ୍ନ 

ସମାଧାନର ସୂତ୍ର ପାଇ ଯିବି, 

ମୁଁ ଅସମାହିତ, ତୁ ସମାହିତ ହେଲେ, 

ଜୀଇଁବା ରାସ୍ତା ମୁଁ ବାଛି ନେବି, 

ତୁ ଶେଷ ହୀନ, ଅସରା ପିପାସାଟେ 

ଅୟମାରମ୍ଭରେ ସୀମାରେଖା ଲଙ୍ଘି, 

ସ୍ମୃତି ସମ୍ଭାବନା ଖୋଜି ନେବି..!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance