STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ମୁଗ୍ଧ ଆବେଗ

ମୁଗ୍ଧ ଆବେଗ

1 min
230


ଅଳସୀ ହସର ଲାବଣ୍ୟ ସୁଷମା 

           ନୀଳ ତୃଷ୍ଣାର କବିତା ରଚେ

ଶୀତ ରାଣୀ ଶୋଭା ଝରା ଶିଶିରରେ 

           ମନ ଉପବନେ ଭଅଁର ନାଚେ 


ସେଇ ଉପବନେ ହେ ମୋର ରାଧିକା 

                ରଚିବୁ ବିଦେହ ରାସ 

ତୋ ଆତ୍ମାର କୋଣୁଁ ମୋହନ ପରଶେ 

               ଝରିବ ମାଧୁର୍ଯ୍ୟ ରସ 


ଯମୁନା ନଈର କାଚକେନ୍ଦୁ ପାଣି

               ଉଜାଣି ଅନ୍ତରେ ଝରୁ

ଶାଶ୍ୱତ ପ୍ରେମର ପୁଲକ ଉଚ୍ଛ୍ୱାସେ 

               ହୃଦୟେ ବେପଥୁ ଭରୁ 


ଶିଳା ଖଣ୍ଡ ପରେ ମୁଗ୍ଧ ଆବେଗେ

              ଆବେଗରେ ଥିଲେ ବସି

ଭାବ କଳ୍ପନାର ସିକ୍ତ ତରଙ୍ଗେ

                 ଭିଜିଥିଲା ଦଶଦିଶି 


ତୁମ ସ୍ୱଭାବ ସୁଲଭ ଲଳିତ କଣ୍ଠରେ

               ମହୁବୋଳା ସ୍ନେହ ସୁଧା

ଝରି ଆସିଥିଲା ନିର୍ଝରିଣୀ ସମ

                କାହିଁରେ ନ ମାନି ବାଧା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance