Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chikun Panda

Tragedy Classics Crime

3  

Chikun Panda

Tragedy Classics Crime

ଲାରି ପାଲିର ସୁକନ୍ୟା

ଲାରି ପାଲିର ସୁକନ୍ୟା

1 min
138


ଲାରିପାଲି ର ତୁ ସୁନା ନାକି ଝିଅ

ଧରିତ୍ରୀ ରାଣୀ ବକ୍ଷ ରେ ଜନମ ତୋର 

ହେଇ ପାରୁ ତୁ କାହା ପାପ ଗର୍ଭର ବୋଝ,

ଅବା, କୁ-ସଂସ୍କାର ମାନସିକତାର ନିଦର୍ଶନ ।

ହେଲେ ଆଜି ପୁଣି ଥରେ ନାରୀ ନିର୍ଯାତନାର

ଆଉ ଏକ ପୃଷ୍ଠା ଲେଉଟିଲା

ଯେଉଁଥିରେ ଲେଖା ଅଛି ମା,ବି

ପୁତନା ପରି ରାକ୍ଷସୀ ପାଲଟି ପାରେ,

କଁଅଳା ଶିଶୁ ର ଜୀବନ ନେଇ ପାରେ।

ପୁରୁଷ ର ଅହମିକାରେ ଜଳିପୋଡ଼ି

ନିଜ ମାତୃତ୍ଵ କୁ ବଳି ଦେଇ ପାରେ ,

ଦୁନିଆ କୁ ଜାଣି ନ ଥିବା କଁଅଳା ଶିଶୁ କୁ

ବି ଧୋକା ଦେଇ ପାରେ,

କେମିତି ବଞ୍ଚିବୁ ତୁ ଏ ସମାଜ ରେ ,

ଶିଶୁ ହତ୍ୟା ର କଳା ଟୀକା ପିନ୍ଧି!

ନିଜ ଲୁହରେ ନିଜେ ଜଳିପୋଡ଼ି

ଛାର୍ ଖାର୍ ହେଇ ଯିବୁ

ଜୀଇ ଥିବା ଯାଏ ପିଇ ଚାଲିଥିବୁ

ଲାଞ୍ଛନା ଆଉ ପ୍ରବଞ୍ଛନା ର ବୁନ୍ଦା ବୁନ୍ଦା ବିଷ ।


Rate this content
Log in

Similar oriya poem from Tragedy