ସୁଯୋଗ୍ୟସନ୍ତାନ
ସୁଯୋଗ୍ୟସନ୍ତାନ
ସୁଯୋଗ୍ୟ ସନ୍ତାନ
ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି
ଭାରତ ଭୂମିରେ କି ଅବା ନାହିଁ;
ବକ୍ଷରୁ ଅମୃତ ନିଗାଡି ଦେଇଛି
ଯୁଗଯୁଗ ସେ ସନ୍ତାନ ପାଇଁ।
ମାଟିରେ ପଡିବା ଦିନଠୁ ଆମକୁ
ଦିଅଇ ଖାଦ୍ୟ ଯୋଗାଡି,
ଫଳଫୁଲ ଆଉ କେତେ ବନୌଷଧି
ଆମ ପାଇଁ ଖୋଲି ଦେଇଛି ପେଡି।
ଜାତି ଜାତି ପନିପରିବା ସାଙ୍ଗକୁ
ଡାଲି, ଶସ୍ୟ ସବୁ ଅଜାଡି ଦିଏ,
ସୁଶୀତଳ ଝରଣାର ଜଳବିନ୍ଦୁ
ଅମୃତର ସମ ପିଆଉ ଥାଏ।
ଗିରି, ବନ ଝର ଅପରୂପ ଶୋଭା
ତା ମଧ୍ୟେ ସାଇତା ରତ୍ନଭଣ୍ଡାର,
ସ୍ନେହମୟୀ ସିଏ ମାଟି ମାଆ ଆମ
ସରି ନୁହେଁ କେହି ତା ସାଥୀର।
ଆଜି ଭୁଲି ଯାଉ ମାଟି ମାଆ ଦାନ
ପୁଣି ନିର୍ଯ୍ୟାତନା ଦେଉ,
ପାଶ୍ଚାତ୍ୟର ମୋହ ଧନ ଲାଳସାରେ
&n
bsp; ମମତାକୁ ଭୁଲିଯାଉ।
ଜାଣି ମାରୁ ନିଜ ଗୋଡରେ କୁରାଢୀ
କରିଯାଉ ନିଜ କ୍ଷତି,
ଭୁଲିଯାଉ ସେହି ମମତାର ଡାକ
ପରମ୍ପରା ଓ ସଂସ୍କୃତି।
ଦୁର୍ଦ୍ଦିନର ସାମ୍ନା କରିବା ଆଗରୁ
ସୁଦିନର ଚିନ୍ତା କରିବା,
ମା'ର ଗୌରବ ମାଟିର ମହତ
ଭାଷାର ବିକାଶ କରିବା।
ହାତେ ହାତ ରଖି କାନ୍ଧେ କାନ୍ଧ ଦେଇ
ସଭିଏଁ ଶପଥ କରିବା,
ଗୋଟିଏ ମାଆର କୋଟିଏ ସନ୍ତାନ
ଗର୍ବରେ ଆମେ କହିବା।
ଓଡ଼ିଶାର ଟେକ ରଖିବା,
ଓଡ଼ିଆ ବୋଲି ଛୋଟ ନ ଭାବି
ଓଡ଼ିଶାର ଗୁଣ ଗାଇବା।
ବୀରପ୍ରସବିନୀ ଭାରତ ମାଆର
ସୁଯୋଗ୍ୟ ଦାୟାଦ ହୋଇବା