STORYMIRROR

Ananga Patel

Inspirational

3  

Ananga Patel

Inspirational

ସୁନାର ଭାରତ

ସୁନାର ଭାରତ

1 min
139


ମସ୍ତକେ ଯାହାର ହିମାଳୟ ଗିରି

   ପାଦ ଧୁଏ ମହୋଦଧି l

ଗରଭେ ତାହାର ଲୁଚି ରହିଅଛି

  କେତେଯେ ଅମୁଲ୍ୟ ନିଧି l

ସମଗ୍ର ବିଶ୍ୱରେ ଜନତା ସମୂହ

  କରନ୍ତି ଯା ଜୟଗାନ l

ସୁନାର ଭାରତ ଅଟଇ ମୋ ମାଆ

  ବ୍ରହ୍ମାଣ୍ଡ ରେ ଗରୀୟାନ l

ଦେବ ଭୂମି, କର୍ମ ଭୂମି, ସିଦ୍ଧି ଭୂମି

  ଏହି ମୋ ଭାରତ ମାଆ l

ଶତୃ ଯଦି ତାଙ୍କୁ ଶରଣ ମାଗିଲେ

  ମାଆ ପରି ହୁଏ ସାହା l

ଅଯୋଧ୍ୟା ର ମାଟି ଅଟେ ତାର ସାକ୍ଷୀ

  ଜନ୍ମ ନେଲେ ପ୍ରଭୁ ରାମ l

ସମଗ୍ର ବିଶ୍ୱକୁ ମର୍ଯ୍ୟଦା ର ପାଠ

  ପଢ଼େଇଲେ ଭଗବାନ l

ବୃନ୍ଦାବନ ଗାଏ ରାଧାକୃଷ୍ଣ ଗାଥା

  ଯମୁନା କହେ କାହାଣୀ l

ମହାଭାରତ ରେ ଗୀତା ଜ୍ଞାନ ଦେଲେ

  ଜଗତର ନୀଳମଣି l

ଚଣ୍ଡାଶୋକ ଯେଉଁ ଠାରେ ଧର୍ମାଶୋକ

  ରୂପରେ ପରିବର୍ତ୍ତନ l

ହିମାଳୟ ଠାରୁ ଗଙ୍ଗା ଧାଇଁ ଆସେ

  କରିବାକୁ ଜୟଗାନ l

ପାରିନାହିଁ କେବେ ପାରିବେନି କେବେ

  ମାଆକୁ ମୋ ବନ୍ଦୀ କରି l

ଶତ୍ରୁତା ରୂପରେ ପ୍ରବେଶ କରିଲେ

   ପାରିବେନି ସିଏ ଫେରି l

ବିଶ୍ୱର ବିଜେତା ଆଲେକଜାଣ୍ଡର

  ନୁଆଇଁ ତାହାର ମଥା l

ସୁବୀର ସନ୍ତାନ ଭାରତ ମାତାର

  ପୂରୁଙ୍କ ଗାଇଲା ଗାଥା l

ଶତ୍ରୁ ହୋଇ ଯଦି ଅତିଥି ଭାବରେ

  କରେ ଯଦି ପଦାର୍ପଣ l

ସୁନାର ଭାରତେ ଦେବତା ରୂପରେ

  ପାଇବ ସେ ସନମାନ l





Rate this content
Log in

Similar oriya poem from Inspirational