Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

4  

Ananga Patel

Inspirational

ମଣିଷ ମୁଁ (ଭାଗ-୧)

ମଣିଷ ମୁଁ (ଭାଗ-୧)

1 min
333



ପାପ ମୋପାଇଁ ମହା ପୂଣ୍ୟ,

ଅନ୍ୟାୟ ମୋର ପରମ ଧର୍ମ l

ଅନୀତି ଅଟେ ମୋର ମହାନୀତି,

ନିଶା ମୋହର ଜୀବନ ସାଥୀ l

ପର ଧନ ମୋର ପୈତୃକ ସମ୍ପତ୍ତି,

ଧର୍ମବାଣୀ ଅଟେ ମୋର ଅଧୋଗତି l

ପର ନାରୀ ଅଟେ ମୋର ସ୍ତ୍ରୀ,

ପ୍ରେମ, ଶାନ୍ତି ଅଟେ ମୋ ବଇରୀ l

ଗ୍ରାମ ଶୁକରୀ ମୋପାଇଁ ଗାଈ,

ମୋ ପରି ମଣିଷ ଆଉ କେ ନାହିଁ l

ବେଙ୍ଗି ପିତ୍ତଲ ମୋ ଶୁଦ୍ଧ ସୁବର୍ଣ୍ଣ,

ଘୃଣା, ଇର୍ଷା ଧନେ କିଏ ସମାନ ?

ଅଟଇ ମୁହିଁ ସେହି ରାବଣ,

ସ୍ବର୍ଣ୍ଣ ଲଙ୍କା ଅଛି ମୋହରି ଜାଣ !

ରାମଙ୍କ ପଦ ଯଦି ଅନୁସରି,

ହେବି କାହିଁ ମୁହିଁ ବନଚାରୀ l

ବେଦ, ପୁରାଣ, ଗୀତା ପଢ଼ିଲେ,

ଦୁଃଖ ମୋହର ବଢ଼ିଇ ଭଲେ l

ଶାଶୁ ବୋହୂ ଟିଭି ଧାରାବାହିକ,

ଦେଖିଲେ ମୁଁ ପାଏ ପରମ ସୁଖ l

ଦୁଃଖବେଳେ ମୁଁ ଯାଏ ଦୁରେଇ,

ସୁଖ ଆସିଲେ ମୁଁ ଆସେ ପାଖେଇ l

ବନ୍ଧୁ ମୋପାଇଁ ଅଟନ୍ତି ବିପତ୍ତି,

ଶତ୍ରୁ ଅଟଇ ମୋର ଚିର ସାଥୀ l

ସତରେ ମୁଁ ଏକ ଭିନ୍ନ ମଣିଷ,

ଭିନ୍ନ ଜଗତର, ଭିନ୍ନ ପୃଥିବୀର l।


Rate this content
Log in

Similar oriya poem from Inspirational