ପ୍ରଭୁଙ୍କ ଆଶିଷ
ପ୍ରଭୁଙ୍କ ଆଶିଷ
( ଶିଶୁ କବିତା)
ପୂରୁବ ଦିଗରେ ସୁରୁଜ,
ଦେଖ ହେଲେ ଉଦୟ l
ଲାଳିମାରେ ଦିଶେ ଆକାଶ,
ସେ ଅତି ଶୋଭାମୟ l
ସରି ସରି ଯାଏ ରଜନୀ,
ଦୂର ହୁଏ ଅନ୍ଧାର l
ରୂପେଲି କିରଣ ଦୂରେଇ,
ଦିଏ ଜହ୍ନ ମାମୁଁର l
ଗଛର ଡାଳରେ ବିହଙ୍ଗ,
ବସି ଦିଅନ୍ତି ରାବ l
ନାନା ଜାତି ଫୁଲ ଫୁଟିଣ,
ମନ ହରେ ସରବ l
ସୁଲୁ ସୁଲୁ ବହେ ପବନ,
ସାଥେ ଫୁଲ ମହକ l
ରାତି ପାହିଲାଣି ବାଳକେ,
ରାବ ଦେଲାଣି କାକ l
ଗାଆଁ ଦେବାଳୟୁ ଶୁଭଇ,
ଶଙ୍ଖ ଘଣ୍ଟର ଧ୍ୱନି l
ପ୍ରଭୁଙ୍କ ପ୍ରଭାତ ବନ୍ଦନା,
ମନ ନିଅଇ କିଣି l
ଶୁଣ ଶିଶୁଗଣ ଆମ୍ଭର,
ଏହି ଦିବ୍ୟ ବଚନ l
ପିତା ମାତାଙ୍କର ପାଦରେ,
ତୁମେ କରି ନମନ l
ଦିବସର କଲେ ପ୍ରାରମ୍ଭ,
ପ୍ରଭୁ ହୁଅନ୍ତି ଖୁସି l
ପ୍ରଭୁଙ୍କର ଦିବ୍ୟ ଆଶିଷ,
ସଦା ଥାଏ ବରଷି l
ମିଳିଲେ ପ୍ରଭୁଙ୍କ ଆଶିଷ,
କାର୍ଯ୍ୟ ହୁଏ ସଫଳ l
ଉତ୍ତମ କାର୍ଯ୍ୟରେ ହୋଇବ,
ସମାଜର ମଙ୍ଗଳ l।