ମଣିଷ ମୁଁ
ମଣିଷ ମୁଁ
ଅଟଇ ମୁହିଁ, ନିପଟ ମିଛୁଆ,
ଲୋକ ଜାଣନ୍ତି ମୁଁ, ଶ୍ରେଷ୍ଠ ସତିଆ l
ନାହିଁତ ମୋଠାରେ,କୌଣସି ଜ୍ଞାନ,
ପାଇବାକୁ ଚାହେଁ, ଶ୍ରେଷ୍ଠ ସମ୍ମାନ l
ବକୃତା ଦେବାରେ, ମୂକ ଅଟଇ,
ଚାହୁଁଛି ମଞ୍ଚରେ ବସିବା ପାଇଁ l
ସର୍ବଦା ମୋ ମୁଖେ ଥାଏଟି ହସ,
ହେଲେ ମୋ ଅନ୍ତରେ ପୁରିଛି ବିଷ l
ଲାଳିମା ରେ ଭରା ପଲାଶ ଫୁଲ,
ଚାହୁଁଛି ସମସ୍ତେ ପାଆନ୍ତୁ ଭଲ l
କାଉ ପରି ଅଟେ ଚତୁର ଜାଣ,
ବୃଥା ପ୍ରଶଂସା ରେ ଥାଏ ମୋ ମନ l
ଦେଖେଇ ହୁଏ ମୁଁ ମୋର ବଡ଼ିମା,
ନିଜେ ଗାଏ ନିଜ ଗୁଣ ଗାରିମା l
ଅନ୍ୟକୁ ଶୁଣାଏ ମୁଁ ନୀତି ବାଣୀ,
ମତେ କହିଲେ ମୁଁ ନଥାଏ ଶୁଣି l
ଅକ୍ଷର ଜ୍ଞାନଟି ମୋର ନାହିଁତ,
ବୋଲାଏ ନିଜକୁ ଶ୍ରେଷ୍ଠ ପଣ୍ଡିତ l
ଧରମ ଧ୍ବଜାକୁ ମୁହିଁ ଧରଇ
ଧରମ ମଧ୍ୟରେ ଦିଏ ଲଢେଇ l
ଧରମରେ ଜ୍ଞାନ ମୋର ନାହିଁତ,
ସର୍ବଦା ନିଏ ମୁଁ ତାର ନେତୃତ୍ୱ l
ମିଛ କହିଲେ ମୁଁ ପାଏ ସମ୍ମାନ,
ସତ ଯେ କହଇ ସେ ହୀନିମାନ l
ମାଗି ଯାଚି ନିତି ଆଣଇ ଭିକ,
ଭୁରି ଭୋଜ ଦେଇ ରଖଇ ଟେକ l
ଜ୍ଞାନ ବିଜ୍ଞାନ ରେ ସୃଷ୍ଟି କରଇ
ନିଜକୁ ସୃଷ୍ଟିର କର୍ତ୍ତା ଭାବଇ, ।
