Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ananga Patel

Inspirational

3  

Ananga Patel

Inspirational

ଶିଶୁଦିବସ

ଶିଶୁଦିବସ

1 min
4



ନୀଳ ଆକାଶର ଟିକିଟିକି ତାରା

ଅଟନ୍ତି ଏ ଶିଶୁଗଣ,

ଫୁଲ ବଗିଚାର ଫୁଲକଢ଼ି ସିଏ

ଦିଶୁଛନ୍ତି ମନୋରମ ।


ଦେଶ ଓ ଜାତିର ଅମୂଲ୍ୟ ନିଧି ସେ

ଭବିଷ୍ୟତ ନାଗରିକ,

ଉତ୍ତମ ଚରିତ୍ର ଗଠନ ହୋଇଲେ

ହେବେ ସମାଜ ସେବକ ।


ଜବାହାରଲାଲ ନେହେରୁ ଦେଶର

ପ୍ରଥମ ପ୍ରଧାନମନ୍ତ୍ରୀ,

ଏହି ଆଧୁନିକ ଭାରତ ବର୍ଷର

ଅଟନ୍ତି ନିର୍ମାଣ ଯନ୍ତ୍ରୀ ।


ଶିଶୁ ମାନଙ୍କର ଅନାବିଳ ପ୍ରେମ

ତାଙ୍କପ୍ରତି ଆକର୍ଷଣ,

ଶିଶୁଦିବସ ରୂପରେ ପାଳିଲେ

ତାଙ୍କରି ଜନମ ଦିନ ।


ଅନେକ ଯୋଜନା କରିଲେ ନେହେରୁ

 ଶିଶୁଙ୍କ ବିକାଶ ପାଇଁ,

ଶିଶୁଙ୍କ ବିକାଶ ହୋଇଲେ ଭାରତ

ନିଶ୍ଚୟ ଯିବ ଆଗେଇ ।


ସୁସ୍ଥ ଚାରାଗଛ ମାଳୀ ରୋପିଥାଏ

ସୁନ୍ଦର ଉଦ୍ୟାନ ପାଇଁ,

ସୁସ୍ଥ ଶିଶୁଟିଏ ବିକଶିତ ହେଲେ

ଏ ଦେଶ ଯିବ ଆଗେଇ ।


ଉଣେଇଶ ଶହ ଚଉଷଠି ସନ

ନଭେମ୍ବର ଚଉଦକୁ,

ବିଧିବଦ୍ଧ ଭାବେ ପାଳନ କରିଲେ

ଶିଶୁଦିବସ ରୂପେ ତାକୁ ।


ସମଗ୍ର ଭାରତ ବର୍ଷରେ ପାଳିଲେ

ଶିଶୁର ସମ୍ମାନ ପାଇଁ,

ଚାଚାନେହେରୁ ହେ ଚିରକାଳ ଲାଗି

ହୋଇଗଲ କାଳଜୟୀ ।


ଯେତେଦିନ ଯାଏ ଏ ଭାରତବାସୀ

ପାଳିବେ ଶିଶୁ ଦିବସ,

ସେତେଦିନ ଯାଏ ତବ ଯଶ ଗାନ

ଗାଉ ଥିବ ଇତିହାସ ।



Rate this content
Log in

Similar oriya poem from Inspirational